କନକ ବ୍ୟୁରୋ: ପ୍ରତି ଉଠା ଦୋକାନୀଙ୍କ ଠାରୁ ଆଦାୟ ହେବ ୟୁର୍ଜସ ଫି । ପରୋକ୍ଷରେ ଏହି ଫି ଦ୍ବାରା ସେମାନଙ୍କୁ ସୁବିଧା ସୁଯୋଗ ଯୋଗାଇଦିଆଯିବ । ସିମଏସି କାଉନସିଲ ମିଟିଂରେ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ସୂଚନା ଦେଇଛନ୍ତି ସିଏମସି ମେୟର ସୁବାସ ସିଂ । ବର୍ଷାକୁ ଦୃଷ୍ଟିରେ ରଖି ମହାନଗର ନିଗମର ସବୁ ଇଞ୍ଜିନିୟରଙ୍କ ଛୁଟି ବାତିଲ କରାଯାଇଛି । ସେହିପରି ରାସ୍ତାରୁ ବୁଲା ଗାଇଗୋରୁ, ଶଣ୍ଢ ଓ କୁକୁରଙ୍କୁ ହଟାଇବା ପାଇଁ ସ୍ବତନ୍ତ୍ର ପ୍ଲାନ ପ୍ରସ୍ତୁତ କରିଛି ସିଏମସି ।