ଆପଣଙ୍କ ଫୋନକୁ କେହି ଟ୍ରାକ୍ କରୁନାହାନ୍ତି ତ ! ଜାଣିବେ କିପରି ?

243

ଆପଣଙ୍କ ଫୋନକୁ କେହି କଲ୍ କରୁଥିଲେ ବାରମ୍ବାର ବ୍ୟସ୍ତ କିମ୍ବା ଅପହଞ୍ଚ ଦୂରତାରେ ଥିବା ଭଳି ସାଇନ୍ ଦେଖାଉଛି କି? ଏଭଳି ସମସ୍ୟା ସମସ୍ତଙ୍କର ଥାଏ କିନ୍ତୁ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ, “ମୁଁ ତ କାହା ସହ କଥା ହେଉନାହିଁ ତେବେ ସବୁବେଳେ ଫୋନ୍ ବ୍ୟସ୍ତ କାହିଁକ ଦେଖାଉଛି? ତେବେ ଏହାର କାରଣ କ’ଣ ହୋଇପାରେ କେହି ଆପଣଙ୍କ ଫୋନକୁ ଆଉ ଟ୍ରାକ୍ କରୁନି ତ! ତେବେ ଏଭଳି ସ୍ଥଳେ ଆପଣଙ୍କ ମୋବାଇଲ୍ ନମ୍ବରକୁ ଅନ୍ୟ କାହା ନମ୍ବର ସହ ରିହାଇରେକ୍ଟ କରାଯାଏ । ତେବେ ଚାଲନ୍ତୁ ଆମେ ଆପଣଙ୍କୁ ୪ଟି ୟୁଏସଏସଡି କୋଡ୍ ବିଷୟରେ କହିବାକୁ ଯାଉଛୁ ଯାହା ସାହାଯ୍ୟରେ ଆପଣ ଜାଣିପାରିବେ ଯେ ଆପଣଙ୍କ ଫୋନକୁ କିଏ ଟ୍ରାକ୍ କରିଛି ନା ନାହିଁ ।
*#62# : ବେଳେବେଳେ ଆପଣଙ୍କ ନମ୍ବର ନୋ ସର୍ଭିସ୍ ଦେଖାଏ । ଏମିତିରେ ଆପଣ ଏହି କୋଡ୍ ଡାଏଲ୍ କରି ଆପଣଙ୍କ ନମ୍ବର ଆଉ କାହା ଫୋନରେ ରିଡାଏଲ୍ ହୋଇଛି କି ନାହିଁ ତାହା ଜାଣିପାରିବେ ।
 *#21# : ଆପଣଙ୍କ ଆଣ୍ଡ୍ରୋଏଡ୍ ଫୋନରେ ଏହି କୋଡକୁ ଡାଏଲ୍ କରି ଦେଖନ୍ତୁ ଯେ ଆପଣଙ୍କ ଫୋନରୁ ଯାଉଥିବା ମେସେଜ୍ ,କଲ୍ କିମ୍ବା ଡାଟା ଅନ୍ୟ କାହା ମୋବାଇଲକୁ ଡାଇଭର୍ଟ ହୋଇନି ତ । ଯଦି ଆପଣଙ୍କ ନମ୍ବରକୁ ଆଉ କେହି ଡାଇଭର୍ଟ କରିଥିବ ତାହେଲେ ଏହି କୋଡ୍ ସହ ପୁରା ଡିଟେଲ୍ ଏବଂ କେଉଁ ନମ୍ବରରେ ଆପଣଙ୍କ ପୋନକୁ ଡାଇଭର୍ଟ କରାଯାଇଛି ତାହା ମଧ୍ୟ ଜଣାପଡିଯିବ ।
##002# : ଏହି କୋଡ ମାଧ୍ୟମରେ ଆପଣ ଯେକୌଣସି ଫୋନର ଫରୱାର୍ଡିଙ୍ଗକୁ ଡିଆକ୍ଟିଭେଟ୍ କରିପାରିବେ ।
 *#*#4636#*#* : ଏହି କୋଡ ମାଧ୍ୟମରେ ଆପଣ ନିଜ ଫେନ୍ର ସିକ୍ୟୁରିଟି ବିଷୟରେ ସମ୍ପୁର୍ଣ୍ଣ ବିଷୟରେ ଅବଗତ ହୋଇପାରିବେ । ଏହି କୋଡକୁ ଆପଣ ସମ୍ପୁର୍ଣ୍ଣ ମାଗଣାରେ ଡାଏଲ୍ କରିପାରିବେ ।