ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଆରସିକୁ ନେଇ ସରକାର ଆଣିଲେ ଆଶ୍ୱସ୍ଥିକର ଖବର : ଏଣିକି ଟ୍ରାଫିକ ପୋଲିସ ବା ପରିବହନ ନିଗମ କାଟିପାରିବେନି ଆପଣଙ୍କ ଚାଲାଣ, ଜାଣନ୍ତୁ ପୁରା କାରଣ

39

ଡ୍ରାଇଭିଙ୍ଗ ଲାଇସେନ୍ସ ଏବଂ ଆରସି ସହିତ ଜଡିତ ଏହି ଖବର ପଢ଼ି ନେବେ ଯଦି ଟ୍ରାଫିକ ପୋଲିସ ବା ପରିବହନ ନିଗମ ଆପଣଙ୍କ ଚାଲାଣ କାଟିପାରିବେନି । ପ୍ରକୃତରେ ସରକାର ଯେକୈାଣସି କାମ ପାଇଁ ଲାଇସେନ୍ସ ବା ଅନ୍ୟ ଦସ୍ତାବିଜ ଗୁଡିକର ହାର୍ଡକପି ସାଥିରେ ରଖିବା ବା ସାଥିରେ ନେବାର ଆବଶ୍ୟକତାକୁ ମୂଳପୋଛ କରିଦେଇଛନ୍ତି । ଏବେ ଆପଣଙ୍କୁ ‘ଡିଜିଲକର’ ଖୋଲିବାକୁ ପଡିବ । ଏହି ସ୍କିମ ଲଂଚ ହୋଇସାରିଛି । ଏଥିରେ ଆପଣ ଆପଣଙ୍କ ସମସ୍ତ ଦସ୍ତାବିଜ ଗୁଡିକର ସଫ୍ଟକପି ରଖିପାରିବେ । ଡିଜିଲକର ଦ୍ୱାରା ଲୋକଙ୍କୁ ଦୁଇଟି ଫାଇଦା ହେବ, ଏକରେ ଦସ୍ତାବିଜ ସୁରକ୍ଷିତ ରହିବ । ଅନ୍ୟଟି ଯେଉଁଠି ବି ଆବଶ୍ୟକତା ପଡିବ, ଳକର ଖୋଲି ବ୍ୟବହାର କରିପାରିବେ ।

‘ଡିଜିଟାଲ ଲକର’ ଅର୍ଥାତ ‘ଡିଜିଲକର’ ପ୍ରଧାନମନ୍ତ୍ରୀଙ୍କ ମହତ୍ୱାକାଂକ୍ଷୀ ଯୋଜନା ଡିଜିଟାଲ ଇଣ୍ଡିଆର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଡିଜିଟାଲ ଲକରର ଉଦ୍ଦେଶ୍ୟ ଜନ୍ମ ପ୍ରମାଣ ପତ୍ର, ପାସପୋର୍ଟ, ଶୈକ୍ଷଣୀୟ ପ୍ରମାଣ ପତ୍ର ଯେମିତି ମୁଖ୍ୟ ଦସ୍ତାବିଜ ଗୁଡିକୁ ଅନଲାଇନ ଷ୍ଟୋର କରି ଭୈାତିକ ଦସ୍ତାବିଜର ବ୍ୟବହାରକୁ କମ କରିବା ଓ ଏଜେନ୍ସି ଗୁଡିକ ମଧ୍ୟରେ ଇ-ଦସ୍ତାବିଜ ଗୁଡିକର ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରିବା । ଡିଜିଟାଲ ଲକରରେ ଇ-ସାଇନର ସୁବିଧା ଅଛି । ଯାହାର ଉପଯୋଗ ଡିଜିଟାଲ ରୂପରେ ହସ୍ତାକ୍ଷର କରିବା ପାଇଁ କରାଯାଇପାରିବ । ଗତ ବର୍ଷର ଆକଳନ ହିସାବରେ, ପିଏମ ମୋଦିଙ୍କ ସରକାର ଦ୍ୱାରା ପାଖାପାଖି ବର୍ଷେ ପୂର୍ବରୁ ଆରମ୍ଭ କରାଯାଇଥିବା ଡିଜିଲକର(DigiLocker) ସେବାରେ ୭୮ ଲକ୍ଷରୁ ଅଧିକ ପଂଜିକରଣ କରିସାରିଛନ୍ତି । ଆପଣଙ୍କୁ ବି ଏହାର ଲାଭ ଉଠାଇବା ଉଚିତ । ଏହାକୁ ବ୍ୟବହାର କରିବାର ପ୍ରକ୍ରିୟା ବି ଜଟିଳ ନୁହେଁ ।

ଡିଜିଟାଲ ଲକର ବନାଇବା ପାଇଁ : http://digitallocker.gov.in ରେ ଆପଣଙ୍କୁ ଆକାଉଣ୍ଟ ଖୋଲିବାକୁ ପଡିବ । ଏହା ପାଇଁ ଆପଣଙ୍କୁ ଆପଣଙ୍କ ଆଧାର କାର୍ଡ ନମ୍ବରର ଆବଶ୍ୟକତା ପଡିବ । ଆଧାର କାର୍ଡ ଏଥିପାଇଁ ଜରୁରୀ, କାହିଁକିନା ଆପଣ ଠକାମିରୁ ବଂଚିବେ । ସାଇଟରେ ସାଇନଅପ କରିବା ପାଇଁ ଆଧାର ନମ୍ବର ମଗାଯିବ ଓ ଦୁଇଟି ବିକଳ୍ପ ୟୁଜର ଭେରିଫିକେସନ ପାଇଁ ଉପଲବ୍ଧ ହେବ । ପ୍ରଥମେ ଓଟିପି ଅର୍ଥାତ ୱାନ ଟାଇମ ପାସୱାର୍ଡ , ଯେଉଁଥିରେ କ୍ଲି୍କ କରୁ କରୁ ଆପଣଙ୍କୁ ଆଧାର କାର୍ଡରେ ଦିଆଯାଇଥିବା ମୋବାଇଲ ନମ୍ବରରେ ପାସୱାର୍ଡ ଆସିଯିବ ।