ସୁନ୍ଦରତା ବଢାଇବ କମଳା : ତ୍ୱଚାର ଉଜ୍ଜ୍ୱଳତା ବୃଦ୍ଧି କରିବା ସହ ଦୂର କରେ ଏହି ସବୁ ସମସ୍ୟା

373

କନକ ବ୍ୟୁରୋ : ଶୀତଦିନେ ତ୍ୱଚାରେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ । ଏସବୁ ସମସ୍ୟାକୁ ଦୂରେଇ ଉଜ୍ଜ୍ୱଳତା ବୃଦ୍ଧି ପାଇଁ କମଳାକୁ ବିଭିନ୍ନଭାବେ ବ୍ୟବହାର କରାଯାଇପାରିବ ।

– କମଳା ଚୋପାକୁ କ୍ଲିଜର ଭଳି ବ୍ୟବହାର କରିହେବ । ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇ ୧୫ମିନିଟ୍ ଛାଡି ଦିଅନ୍ତୁ । ଏହାପରେ ମୁହଁକୁ ଧୋଇ ଦିଅନ୍ତୁ । ଏପରି କରିବା ଫଳରେ ତ୍ୱଚାରେ ଥିବା ସମସ୍ତ ମଇଳା ସଫା ହୋଇ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ ।
– କମଳା ରସକୁ ସ୍କ୍ରବ ଭଳି ମଧ୍ୟ ବ୍ୟବହାର କରାଯାଇ ପାରିବ । ଏଥିପାଇଁ ଏକ ବଡ ଚାମଚ କମଳା ରସ ସହିତ ଏକ ଛୋଟ ଚାମଚ ଚିନି ଓ ଏକ ଛୋଟ ଚାମଚ ନଡିଆ ତେଲ ମିଶାଇ ଏକ ପୋଷ୍ଟ ତିଆରି କରନ୍ତୁ । ଏହାପରେ ମୁହଁରେ ଗୋଲାପ ଜଳ ଲଗାଇ ତା’ ପରେ ଏହି ପେଷ୍ଟକୁ ଲଗାଇ ଗୋଲାକାରଭାବେ ମୁହଁରେ ୫ରୁ ୧୦ ମିନିଟ୍ ପାଇଁ ମସାଜ୍ କରନ୍ତୁ । ଶେଷରେ ମୁହଁ ଧୋଇ ଦିଅନ୍ତୁ ।
– ସ୍କ୍ରବ୍ କରିବା ପରେ କମଳା ରସକୁ ଘରୋଇଭାବେ କ୍ରିମ୍ ଭଳି ବ୍ୟବହାର କରିହେବ । ଏଥିପାଇଁ ଏକ ଚାମଚ କମଳା ରସରେ ଏକ ଚାମଚ ଆଲୋବେରା ଜେଲକୁ ମିଶାନ୍ତୁ । ଏହି ମିଶ୍ରଣକୁ ମୁହଁରେ ଲଗାଇ ଦୁଇ ମିନିଟ୍ ମସାଜ୍ କରନ୍ତୁ । ଏହା କ୍ରିମ୍ ଭଳି କାମ ଦେବ ଏବଂ ମୁହଁର ଉଜ୍ଜ୍ୱଳତା ବୃଦ୍ଧି କରିବ ।
– ଏକ ଚାମଚ କମଳା ଚୋପାର ଗୁଣ୍ଡରେ ଦୁଇ ଚାମଚ ଦହି କିମ୍ବା ଟମାଟୋ ରସ ମିଶାଇ ଭଲଭାବେ ପେଷ୍ଟ ତିଆରି କରି ୧୫ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗାନ୍ତୁ । ଏହାପରେ ଧୋଇ ଦିଅନ୍ତୁ । ସପ୍ତାହକୁ ଦୁଇ ତିନି ଥର ଏପରି କଲେ ତ୍ୱଚା ମୁଲାୟମ ହେବତ୍ସହିତ ଉଜ୍ଜ୍ୱଳ ହୋଇଥାଏ ।
– ଏକ ଚାମଚ କମଳା ଚୋପାର ଗୁଣ୍ଡସହିତ ଏକ ଚାମଚ ନିମ୍ବ ପାଉଡର ଓ ଗୋଲାପ ଜଳ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ମୁହଁରେ ଲଗାଇ ଶୁଖିବା ପରେ ଖୋଇ ଦିଅନ୍ତୁ । ଲଗାତାର ଏପରି କରିବା ଫଳରେ ମୁହଁରେ ବ୍ରଣ ସମସ୍ୟା ରହିବ ନାହିଁ ।
– ଏକ ଚାମଚ କମଳା ଚୋପାର ଗୁଣ୍ଡରେ ଲେମ୍ବୁ ରସ ଓ ବେସନ ମିଶାଇ ମୁହଁରେ ଲଗାନ୍ତୁ । ୧୦ମିନିଟ୍ ପରେ ଧୋଇ ଦିଅନ୍ତୁ ଏପରି କରିବା ଫଳରେ ମୁଁହରେ ଥିବା ଦାଗ ଦୂର ହୋଇଯିବ ।