କନକ ବ୍ୟୁରୋ : କରୋନା ସଂକ୍ରମଣ ବେଳେ ଏବେ ବ୍ଲାକ ଫଙ୍ଗସ ଦେଶର ଚିନ୍ତା ବଢାଇଛି । ବଢୁଥିବା ବ୍ଲାକ ଫଙ୍ଗସ ରୋଗୀଙ୍କୁ ନେଇ ସତର୍କ କରାଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ । ଷ୍ଟେରଏଡର ଅପବ୍ୟବହାର କାରଣରୁ ବ୍ଲାକ ଫଙ୍ଗସ ସଂକ୍ରମଣ ବଢୁଥିବା କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ । ତେବେ ମଧୁମେହ କୋଭିଡ ରୋଗୀଙ୍କ କ୍ଷେତ୍ରରେ ଷ୍ଟେରଏଡ ଅଧିକ ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ ସଂକ୍ରମଣ ନେଇ ଆଶଙ୍କା ଅଧିକ ରହିଛି । ତେଣୁ ଷ୍ଟେରଏଡ କମ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ।
ଏମ୍ସରେ ଏବେ ୨୩ଜଣ ବ୍ଲାକ ଫଙ୍ଗସ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି, ତେବେ ସେମାନଙ୍କ ମଧ୍ୟରୁ ୨୦ଜଣ କରୋନାରେ ସଂକ୍ରମିତ । ସେହିପରି ଅନେକ ରାଜ୍ୟରେ ଏବେ ୫ଶହରୁ ଅଧିକ ବ୍ଲାକ ଫଙ୍ଗସ ରୋଗୀ ଚିକିତ୍ସିତ ହେଉଛନ୍ତି । ତେବେ ଅଧିକ ମାତ୍ରାରେ ଷ୍ଟେରଏଡ ବ୍ୟବହାର ଯୋଗୁଁ ବ୍ଲାକ ଫଙ୍ଗସ ସଂକ୍ରମଣ ହେଉଥିବା ଜଣାପଡିଛି । ଏବଂ କରୋନା ସଂକ୍ରମିତଙ୍କ ଚିକିତ୍ସା କ୍ଷେତ୍ରରେ ଅତ୍ୟଧିକ ଷ୍ଟେରଏଡ ବ୍ୟବହାର ହେଉଥିବା ସେ କହିଛନ୍ତି । ଯାହାକି ବ୍ଲାକ ଫଙ୍ଗସକୁ ସକ୍ରିୟ କରିବାରେ ସହଯୋଗ କରୁଥିବା କହିଛନ୍ତି ଡାକ୍ତର ଗୁଲେରିଆ । ଏହାସହ ମଧୁମେହ ରୋଗୀ କରୋନାରେ ଆକ୍ରାନ୍ତ ହେଲା ପରେ ଏହି ବ୍ଲାକ ଫଙ୍ଗସ ସଂକ୍ରମଣ ହେବାର ଅଧିକ ଆଶଙ୍କା ଥାଏ । ଏହାକୁ ରୋକିବାକୁ ହେଲେ ଷ୍ଟେରଏଡ କମ ବ୍ୟବହାର କରିବାକୁ ହେବ ବୋଲି କହିଛନ୍ତି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/TELEMMGLPICT000258225435_trans_NvBQzQNjv4BqjACFkdPwAakclgJGEYB6nrXU7gd1mWUCWbCauCXAOdc.jpeg)