ବୈଜ୍ଞାନିକଙ୍କ କହିବାନୁସାରେ, ଯଦି ପିଲାଙ୍କ ପ୍ରାରମ୍ଭିକ ଜୀବନର ଦୁଇବର୍ଷରେ ଜ୍ୱର ଆଣିଲେ ପାରାସିଟାମଲ ବଟିକା ଦିଆଯାଏ, ତେବେ ୧୮ ବର୍ଷ ଆସୁ ଆସୁ ତାଙ୍କୁ ଶ୍ୱାସ ରୋଗ ହେବାର ବିପଦ ବଢ଼ିଯାଏ । ପାରାସିଟାମଲ ଖାଇବା ଦ୍ୱାରା ଏହି ରୋଗ ହେବାର ଆଶଙ୍କା ସେମାନଙ୍କ ଠାରେ ଅଧିକ ଥାଏ, ଯେଉଁମାନଙ୍କ ଠାରେ ଜିଏସଟିପି ୧ ଜିନ୍ ଥାଏ ।
କିନ୍ତୁ ଏଭଳି ବି ନୁହେଁ ଯେ, ଜ୍ୱରର ଔଷଧ ନେବା ଦ୍ୱାରା ଲୋକଙ୍କୁ ଶ୍ୱାସ ରୋଗ ହୋଇଯିବ । ବୈଜ୍ଞାନିକମାନେ ଏହି ପରିଣାମର ନିଷ୍କର୍ଷ ପର୍ଯ୍ୟନ୍ତ ପହଂଚିବା ପାଇଁ ଆହୁରି ଗବେଷଣା କରୁଛନ୍ତି । ୧୮ ବର୍ଷ ଆୟୁ ପର୍ଯ୍ୟନ୍ତର ୬୨୦ ପିଲାଙ୍କୁ ନେଇ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରେ ସାମିଲ ଥିବା ସମସ୍ତ ପିଲାଙ୍କ ମଧ୍ୟରୁ ଜଣଙ୍କୁ ଶ୍ୱାସ ରୋଗ, ଚର୍ମ ରୋଗ କିମ୍ବା ଅନ୍ୟ ଆଲର୍ଜି ସମ୍ବନ୍ଧିତ ରୋଗ ଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/09/paracetamol2.jpg)
/kanak/media/post_attachments/wp-content/uploads/2018/09/paracetmol-300x197.jpg)