କନକ ବ୍ୟୁରୋ: ବସଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିଲେ ଚକ୍ରଧର ବାରିକ । କିଛି ସମୟ ମିଳିଛି କି ନାହିଁ ମୋବାଇଲରେ ହୋଇଗଲେ ବ୍ୟସ୍ତ । କେବଳ ଚକ୍ରଧର କାହିଁକି ତାଙ୍କ ପାଖରେ ବସିଥିବା ଅନ୍ୟ ଯୁବକଙ୍କର ବି ସମାନ ଅବସ୍ଥା । ସମସ୍ତେ ଫୋନରେ ବ୍ୟସ୍ତ । ଘଂଟା ଘଂଟା ଧରି ଫୋନରେ କିଛି ଲେଖିବା, ବା ଭିଡିଓ ଦେଖିବା ସମୟରେ ଆମର ଅଙ୍ଗଭଙ୍ଗୀ ଏହି ଭଳି ବିଗଡିଯାଇଥାଏ । ଯାହା ଆମକୁ ଧିରେ ଧିରେ ଟେକ୍ସଟ ନେକ୍ ସିଣ୍ଡ୍ରୋମର ଶିକାର କରିଥାଏ ।publive-image

Advertisment

ଅନଲାଇନ ପାଠପଢା ହେଉ ଅବା ଅଫିସ କାମ ଏବେ ସବୁଠି ମୋବାଇଲ । ମୋବାଇଲରେ କଥା ହେବାଠାରୁ ଅଧିକ ସମୟ ମେସେଜ କରିବାରେ ଓ ଭିଡିଓ ଗେମ ଖେଳିବାରେ ଅନେକଙ୍କ ସମୟ ବିତୁଛି । ରାସ୍ତାରେ ଚାଲୁ ଚାଲୁ ବି ଅନେକ ଲୋକ ମୋବାଇଲରେ ବ୍ୟସ୍ତ ରହୁଛନ୍ତି ।  ଏହାକୁ ଦେଖିଲେ ଅତି ସହଜରେ ବୁଝିହେବ ଯେ ମୋବାଇଲରେ ବ୍ୟସ୍ତ ରହିଲା ବେଳେ କେମିତି ଧିରେ ଧିରେ ଆମର ଅଙ୍ଗଭଙ୍ଗୀରେ ପରିବର୍ତନ ଆସିଯାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଏହି ବଦଅଭ୍ୟାସ ଶରୀରର ଯନ୍ତ୍ରଣା ବଢାଇଦିଏ । ଟେକ୍ସଟ ନେକ୍ ସିଣ୍ଡ୍ରୋମକୁ ରୋକିବାକୁ ହେଲେ ଆବଶ୍ୟକ ନଥିଲେ ମୋବାଇଲ ବ୍ୟବହାର କମ କରିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।