ସଂଗୀନ ଅଭିଯୋଗ ଆଣିଲେ ଆମେରିକା ଲେଖିକା ! ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଲଗାଇଲେ ଯୌନ ଉତ୍ପୀଡନର ଅଭିଯୋଗ ।

ଟ୍ରମ୍ପଙ୍କ ପାଇଁ ବଢିବ ଅଡ଼ୁଆ ! କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ଟ୍ରମ୍ପଙ୍କ ବିରୋଧରେ ଆସିପାରେ ମହାଭିଯୋଗ ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ପୁଣିଥରେ ଯୌନ ଉତ୍ପୀଡନର ଅଭିଯୋଗ ଲାଗିଛି । ଏହି ଅଭିଯୋଗ ଜଣେ ଲେଖିକା ଆଣିଛନ୍ତି । ଲେଖିôକା ଇ ଜିନ୍ କେରଲ ନାମକ ଜଣେ ଲେଖିକା ଏହି ଅଭିଯୋଗ ଲଗାଇଛନ୍ତି । ୯୦ ଦଶକର ମଧ୍ୟଭାଗରେ ମେନହଟ୍ଟନ୍ ର ଗୋଟିଏ ବିଭାଗର ଡ୍ରେସିଙ୍ଗ୍ ରୁମରେ ଟ୍ରମ୍ପ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ଇ ଜିନ୍ କେରଳ ଆଣିଛନ୍ତି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଟ୍ରମ୍ପ ଜାରି କରିଥିବା ବୟାନ୍ ରେ କହିଛନ୍ତି , “ମୁଁ କେବେ ଏହି ମହିଳାଙ୍କୁ ଦେଖିନାହିଁ ।”

publive-image

ମହିଳା ଜଣକ ଟ୍ରମ୍ପଙ୍କ ଉପରେ ଏହି ଅଭିଯୋଗ ଗୋଟିଏ ବହି ଷସୟରକ୍ଟଙ୍କଗ୍ଦ ଜ୍ଞରଦ୍ଭ ରେ ଲଗାଇଥିଲେ । କେରଲ ଅଭିଯୋଗ ଆଣିଥିଲେ ଯେ ସେ ସାରା ଜୀବନ ପୁରୁଷଙ୍କ ଶୋଷଣର ଶିକାର ହୋଇଛନ୍ତି । କେରଲର ନୂଆ ବହିର ଏକ ଅଂଶରେ ଏବଂ ନ୍ୟୁୟର୍କ ମାଗାଜିନ୍ ଦ୍ୱାରା ଶୁକ୍ରବାର ପ୍ରକାଶିତ ଏହି ଲେଖରେ ଏନେଇ ପ୍ରଘଟ କରାଯାଇଥିଲା । ରାଷ୍ଟପତି ହେବା ପୂର୍ବରୁ ଟ୍ରମ୍ପଙ୍କ ଉପରେ ଦୂବ୍ୟବହାରର ଅଭିଯୋଗ ଆଣିଥିବା ମହିଳାଙ୍କ ଭିତରେ କେରଲ ହେଉଛନ୍ତି ୧୬ ତମ ମହିଳା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe