ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ । ଦୁର୍ବଳ ଆମେରିକା ଠାରୁ ହାରିଗଲା ପାକିସ୍ତାନ ।

161

କନକ ବ୍ୟୁରୋ: ଚଳିତ ଟି-୨୦ ବିଶ୍ୱକପରେ ବଡ଼ ବିପର୍ଯ୍ୟୟ । ଦୁର୍ବଳ ଆମେରିକା ଠାରୁ ହାରିଗଲା ପାକିସ୍ତାନ । ଗୁରୁବାର ଡେଲାସରେ ଖେଳାଯାଇଥିବା ଏହି ମ୍ୟାଚରେ ସୁପର ଓଭରରେ ପରାସ୍ତ ହୋଇଛି ପାକିସ୍ତାନ । ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନ ୭ ୱିକେଟ୍ ହରାଇ କରିଥିଲା ୧୫୯ ରନ୍ । ଜବାବରେ ଆମେରିକା ମଧ୍ୟ ୩ ୱିକେଟ୍ ହରାଇ ୧୫୯ ରନ୍ ମ୍ୟାଚ୍ ଟାଇ ରଖିଥିଲା । ଫଳାଫଳ ପାଇଁ ସୁପର ଓଭରକୁ ଯାଇଥିଲା ମ୍ୟାଚ୍ । ସୁପର ଓଭରରେ ଆମେରିକା ୧୮ ରନ୍ କରିଥିବା ବେଳେ ପାକିସ୍ତାନ ୧୩ ରନ୍ କରିବାକୁ ସକ୍ଷମ ହୋଇଥିଲା । ଆମେରିକା ଅଧିନାୟକ ମୋନାଙ୍କ ପଟେଲ ସର୍ବାଧିକ ୫୦ ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ । ବିଶ୍ୱକପରେ ପାକିସ୍ତାନର ଏଭଳି ବିପର୍ଯ୍ୟୟ କିଛି ନୂଆ ନୁହେଁ । ୨୦୨୨ ଟି-୨୦ ବିଶ୍ୱକପ୍ରେ ମଧ୍ୟ ପାକିସ୍ତାନ, ଜିମ୍ବାୱେ ନିକଟରୁ ପରାସ୍ତ ହୋଇଥିଲା । କିନ୍ତୁ ଆମେରିକା ବିପକ୍ଷ ପରାଜୟ ପାକିସ୍ତାନକୁ ମହଙ୍ଗା ପଡ଼ିପାରେ ।