ଆମେରିକା ବନାମ ଇରାନର ତିକ୍ତତାରେ ପ୍ରଭାବିତ ହେଉଛନ୍ତି ଭାରତୀୟ କୃଷକ : ଭାରତରୁ ବନ୍ଦ ହେଲା ବାସୁମତୀ ଚାଉଳର ରପ୍ତାନୀ , ଦର ହେଲା କମ୍ ।

455

ଆମେରିକା ଏବଂ ଇରାନ୍ ଭିତରେ ବଢୁଥିବା ତିକ୍ତତାକୁ ଦେଖି ଭାରତର ଚାଉଳ ବେପାରୀଙ୍କ ମୁଣ୍ଡରେ ଚଡକ ପଡିଛି । ଭାରତରୁ ବଡ ପରିମାଣରେ ଚାଉଳ ଇରାନ୍ କୁ ରପ୍ତାନୀ ହେଉଥିଲା । ଗତ ସପ୍ତାହରେ ଇରାନର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ଇରାକ୍ ରାଜଧାନୀ ବଗଦାଦ୍ ରେ ଆମେରିକା ଡ୍ରୋନ୍ ଆକ୍ରମଣରେ ମୃତ୍ୟୁ ହେବା ପରେ ୨ ଦେଶ ଭିତରେ ସଂପର୍କ ଖୁବ୍ ଜଟିଳ ହୋଇପଡିଥିଲା । ତେବେ ଚାଉଳ ବ୍ୟାପାର କରୁଥିବା (ଅଧିକାଂଶ ହରିୟାଣାର ବ୍ୟାପାରୀ) ଇରାନ୍ କୁ ଚାଉଳ ପଠାଇବା ବନ୍ଦ କରିଦେଇଛନ୍ତି ।

ଗୁଜୁରାଟର ମୁଦ୍ରା ବନ୍ଦରଗାହରେ ଶହ ଶହ ଚାଉଳ ବୋଝେଇ କଣ୍ଟେନର୍ କୁ ଇରାନ ଯିବାକୁ ରୋକି ଦିଆଯାଇଛି । ଯେଉଁ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନ ଆସିଛି ଭାରତରୁ ଚାଉଳ ଇରାନ୍ ପଠାଯିବନାହିଁ । ବ୍ୟାପାରୀ କହିଛନ୍ତି , ଚାଉଳର ରପ୍ତାନୀ ଜାନୁଆରୀ ପ୍ର୍ରଥମ ସପ୍ତାହରୁ ଆରମ୍ଭ ହୋଇଥାଏ ଯାହା ଜୁନ୍ ପର୍ଯ୍ୟନ୍ତ ଜାରି ରହିଥାଏ । ଯାହା ୬ ମାସର ଏକ ଚକ୍ର ଭଳି ବୁଲିଥାଏ । ଭାରତ ୩୨,୮୦୦ କୋଟି ଟଙ୍କାର ବାସୁମତୀ ଚାଉଳ ରପ୍ତାନୀ କରିଥାଏ ଯେଉଁଥିରେ କେବଳ ଇରାନ୍ ପକ୍ଷରୁ ୧୦,୮୦୦ କୋଟି ଟଙ୍କାର ଚାଉଳ ରପ୍ତାନୀ ହୋଇଥାଏ ।

ତେବେ ବର୍ତ୍ତମାନ ଇରାନ୍ ଟଙ୍କାର ଅଭାବ କଥା କହି ଚାଉଳର ମୂଲ୍ୟ ଦେବାକୁ ମନା କରୁଛି । ଏବେ ପର୍ଯ୍ୟନ୍ତ ଚାଉଳର ୮୦ ପ୍ରତିଶତ ମୂଲ୍ୟ ହିଁ ମିଳିପାରିଛି । ଏବେ ବି ଇରାନ୍ ପକ୍ଷରୁ ୨୦ ପ୍ରତିଶତ ପାଖାପାଖି ୫୦୦ କୋଟି ଟଙ୍କା ମିଳିନାହିଁ । ତେବେ ଗ୍ରାହକଙ୍କ ଉପରେ ଭରସା କରି ଭାରତରୁ ଚାଉଳର ରପ୍ତାନୀ ହୋଇଛି । ବର୍ତ୍ତମାନ ଚାଉଳ ବେପାରୀଙ୍କୁ ଏହି କଥାର ଡର ରହୁଛି ଯେ ଆମେରିକା-ଇରାନ୍ ସଂକଟରେ ଚାଉଳର ବିକ୍ରି ଉପରେ ଏହାର ପ୍ରଭାବ ପଡିପାରେ । ବାସୁମତୀ ଚାଉଳର “ପୁସା ୧୧୨୧” ଦାମ୍ ରେ ମାତ୍ର ୨ ଦିନ ଭିତରେ ୧୫୦ ଟଙ୍କା ପ୍ରତି କୁଇଣ୍ଟାଲ୍ କମ୍ ହୋଇଛି । ଏହି କିସମର ୨୦୫୦ ଟଙ୍କା ପ୍ରତି କୁଇଣ୍ଟାଲ୍ ର ଚାଉଳ କମ୍ ହୋଇ ୨୯୦୦ ଟଙ୍କା ହୋଇଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ମଧ୍ୟ ଚାଉଳ ଦାମ୍ ରେ ପ୍ରଭାବ ପଡିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ପୁସା ୧୧୨୧ ର ଦାମ୍ ୫୫୦୦ ପ୍ରତି କୁଇଣ୍ଟାଲ୍ କମି ୫୨୦୦ ହୋଇଯାଇଛି । ଭାରତୀୟ ବ୍ୟାପାରୀଙ୍କ କହିବାନୁସାରେ , ଯଦି ଆମେରିକା ଏବଂ ଇରାନ୍ ଭିତରେ ଏଭଳି ପରିସ୍ଥିତି ଜାରି ରହିଲା ତେବେ ଏହାର ପରିଣାମ ଭାରତୀୟ କୃଷକଙ୍କୁ ଭୋଗିବାକୁ ପଡିବ ।