ଆମେରିକା ଏବଂ ଇରାନ୍ ଭିତରେ ବଢୁଥିବା ତିକ୍ତତାକୁ ଦେଖି ଭାରତର ଚାଉଳ ବେପାରୀଙ୍କ ମୁଣ୍ଡରେ ଚଡକ ପଡିଛି । ଭାରତରୁ ବଡ ପରିମାଣରେ ଚାଉଳ ଇରାନ୍ କୁ ରପ୍ତାନୀ ହେଉଥିଲା । ଗତ ସପ୍ତାହରେ ଇରାନର ଜେନେରାଲ୍ କାସିମ୍ ସୁଲେମାନୀଙ୍କ ଇରାକ୍ ରାଜଧାନୀ ବଗଦାଦ୍ ରେ ଆମେରିକା ଡ୍ରୋନ୍ ଆକ୍ରମଣରେ ମୃତ୍ୟୁ ହେବା ପରେ ୨ ଦେଶ ଭିତରେ ସଂପର୍କ ଖୁବ୍ ଜଟିଳ ହୋଇପଡିଥିଲା । ତେବେ ଚାଉଳ ବ୍ୟାପାର କରୁଥିବା (ଅଧିକାଂଶ ହରିୟାଣାର ବ୍ୟାପାରୀ) ଇରାନ୍ କୁ ଚାଉଳ ପଠାଇବା ବନ୍ଦ କରିଦେଇଛନ୍ତି । /kanak/media/post_attachments/wp-content/uploads/2020/01/TRUMP-IRAN-1125111-300x178.jpg)
ଗୁଜୁରାଟର ମୁଦ୍ରା ବନ୍ଦରଗାହରେ ଶହ ଶହ ଚାଉଳ ବୋଝେଇ କଣ୍ଟେନର୍ କୁ ଇରାନ ଯିବାକୁ ରୋକି ଦିଆଯାଇଛି । ଯେଉଁ ପର୍ଯ୍ୟନ୍ତ ସ୍ଥିତିରେ ସୁଧାର ନ ଆସିଛି ଭାରତରୁ ଚାଉଳ ଇରାନ୍ ପଠାଯିବନାହିଁ । ବ୍ୟାପାରୀ କହିଛନ୍ତି , ଚାଉଳର ରପ୍ତାନୀ ଜାନୁଆରୀ ପ୍ର୍ରଥମ ସପ୍ତାହରୁ ଆରମ୍ଭ ହୋଇଥାଏ ଯାହା ଜୁନ୍ ପର୍ଯ୍ୟନ୍ତ ଜାରି ରହିଥାଏ । ଯାହା ୬ ମାସର ଏକ ଚକ୍ର ଭଳି ବୁଲିଥାଏ । ଭାରତ ୩୨,୮୦୦ କୋଟି ଟଙ୍କାର ବାସୁମତୀ ଚାଉଳ ରପ୍ତାନୀ କରିଥାଏ ଯେଉଁଥିରେ କେବଳ ଇରାନ୍ ପକ୍ଷରୁ ୧୦,୮୦୦ କୋଟି ଟଙ୍କାର ଚାଉଳ ରପ୍ତାନୀ ହୋଇଥାଏ ।
ତେବେ ବର୍ତ୍ତମାନ ଇରାନ୍ ଟଙ୍କାର ଅଭାବ କଥା କହି ଚାଉଳର ମୂଲ୍ୟ ଦେବାକୁ ମନା କରୁଛି । ଏବେ ପର୍ଯ୍ୟନ୍ତ ଚାଉଳର ୮୦ ପ୍ରତିଶତ ମୂଲ୍ୟ ହିଁ ମିଳିପାରିଛି । ଏବେ ବି ଇରାନ୍ ପକ୍ଷରୁ ୨୦ ପ୍ରତିଶତ ପାଖାପାଖି ୫୦୦ କୋଟି ଟଙ୍କା ମିଳିନାହିଁ । ତେବେ ଗ୍ରାହକଙ୍କ ଉପରେ ଭରସା କରି ଭାରତରୁ ଚାଉଳର ରପ୍ତାନୀ ହୋଇଛି । ବର୍ତ୍ତମାନ ଚାଉଳ ବେପାରୀଙ୍କୁ ଏହି କଥାର ଡର ରହୁଛି ଯେ ଆମେରିକା-ଇରାନ୍ ସଂକଟରେ ଚାଉଳର ବିକ୍ରି ଉପରେ ଏହାର ପ୍ରଭାବ ପଡିପାରେ । ବାସୁମତୀ ଚାଉଳର “ପୁସା ୧୧୨୧” ଦାମ୍ ରେ ମାତ୍ର ୨ ଦିନ ଭିତରେ ୧୫୦ ଟଙ୍କା ପ୍ରତି କୁଇଣ୍ଟାଲ୍ କମ୍ ହୋଇଛି । ଏହି କିସମର ୨୦୫୦ ଟଙ୍କା ପ୍ରତି କୁଇଣ୍ଟାଲ୍ ର ଚାଉଳ କମ୍ ହୋଇ ୨୯୦୦ ଟଙ୍କା ହୋଇଯାଇଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ମଧ୍ୟ ଚାଉଳ ଦାମ୍ ରେ ପ୍ରଭାବ ପଡିଛି । ଅନ୍ତଃରାଷ୍ଟ୍ରୀୟ ବଜାରରେ ପୁସା ୧୧୨୧ ର ଦାମ୍ ୫୫୦୦ ପ୍ରତି କୁଇଣ୍ଟାଲ୍ କମି ୫୨୦୦ ହୋଇଯାଇଛି । ଭାରତୀୟ ବ୍ୟାପାରୀଙ୍କ କହିବାନୁସାରେ , ଯଦି ଆମେରିକା ଏବଂ ଇରାନ୍ ଭିତରେ ଏଭଳି ପରିସ୍ଥିତି ଜାରି ରହିଲା ତେବେ ଏହାର ପରିଣାମ ଭାରତୀୟ କୃଷକଙ୍କୁ ଭୋଗିବାକୁ ପଡିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/rice-kE6-621x414@LiveMint.jpg)
/kanak/media/post_attachments/wp-content/uploads/2020/01/122778-untitled-design-13-300x165.jpg)