କନକ ବ୍ୟୁରୋ: କାବୁଲ ବିମାନବନ୍ଦର ଉପରେ ଏବେ ଆତଙ୍କବାଦୀଙ୍କ ନଜର। କେତେବେଳେ ବି ହୋଇପାରେ ଆତଙ୍କବାଦୀ ଆକ୍ରମଣ । ତେଣୁ ଏଠାରୁ ଦୂରେଇ ରହିବାକୁ ନିଜ ନିଜ ନାଗରିକଙ୍କୁ ଚେତାବନୀ ଦେଇଛନ୍ତି ଆମେରିକା, ଅଷ୍ଟ୍ରେଲିଆ ଓ ବ୍ରିଟେନ୍ । ସମାଚାର ଏଜେନ୍ସି ଏଏଫପିର ସୂଚନା ମୁତାବକ, ବୁଧବାର ଏହି ଦେଶମାନଙ୍କ ଦ୍ୱାରା ନିଜ ଦେଶର ପ୍ରବାସୀ ନାଗରିକଙ୍କୁ କାବୁଲ ଏୟାର ପୋର୍ଟ କିମ୍ବା ତାର ଫାଟକ ପାଖରୁ ଦୂରେଇ ରହିବାକୁ ସତର୍କ ସୂଚନା ଦିଆଯିବା ପରେ ଏବେ ସେଠାରେ ଥିବା ଯାତ୍ରୀଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି । ଏପଟେ ତାଲିବାନୀଙ୍କ ଆତଙ୍କକୁ ଏପଟେ ଆକ୍ରମଣର ଭୟ ଲୋକଙ୍କ ବୁଦ୍ଧି ହଜାଇଦେଇଛି ।
ସୂଚନା ମୁତାବକ, ଏହି ଦେଶ ଗୁଡିକ ଅଗଷ୍ଟ ୧୪ ତାରିଖରୁ ନିଜ ନିଜ ନାଗରିକଙ୍କୁ ଫେରାଇ ନେବାରେ ଲାଗିଛନ୍ତି । କୌଣସି ଆଫଗାନସ୍ତାନୀ ନାଗରିକ ଦେଶ ବାହାରକୁ ଯାଇପାରିବେ ନାହିଁ ବୋଲି ମଧ୍ୟ ଘୋଷଣା ହୋଇଛି ଏବଂ ଅଗଷ୍ଟ ୩୧ ତାରିଖ ସୁଦ୍ଧା ସବୁ ଦେଶ ନିଜ ନିଜ ନାଗରିକଙ୍କୁ ଫେରାଇ ନେବାକୁ ତାଲିବାନ୍ ଘୋଷଣା କରିବା ପରେ ବିମାନ ବନ୍ଦର ଏ ଏହାର ସବୁ ଫାଟକ ବାହାରେ ଗହଳି ବଢିବାରେ ଲାଗିଛି । ତା ସାଙ୍ଗକୁ ଆତଙ୍କବାଦୀ ଆକ୍ରମଣ ଆକ୍ରମଣର ସୂଚନା ସେଠିକାର ପ୍ରବାସୀ ଯାତ୍ରୀଙ୍କୁ ଚିନ୍ତାରେ ପକାଇଛି ।
କାବୁଲ ଏୟାରପୋର୍ଟ ଠାରୁ ଦୂରେଇ ରୁହ, କେତେବେଳେ ବି ହୋଇପାରେ ଆତଙ୍କବାଦୀ ଆକ୍ରମଣ: ସତର୍କ କଲେ ଆମେରିକା, ବ୍ରିିଟେନ ଓ ଅଷ୍ଟ୍ରେଲିଆ ସରକାର
Advertisment
Follow Us