ଆମେରିକୀୟ ଭିସା ପାଇବା ଆହୁରି ହେଲା ମୁସ୍କିଲ : ଭିସା ପାଇଁ ଆବେଦନକାରୀଙ୍କୁ ଦେବାକୁ ପଡିବ ସୋସିଆଲ ମିଡିଆ ତଥ୍ୟ

ଆମେରିକୀୟ ଭିସା ପାଇବା ଆହୁରି ହେଲା ମୁସ୍କିଲ : ଭିସା ପାଇଁ ଆବେଦନକାରୀଙ୍କୁ ଦେବାକୁ ପଡିବ ସୋସିଆଲ ମିଡିଆ ତଥ୍ୟ

source : Zee News

ଆମେରିକାର ବିଦେଶ ବିଭାଗ ଭିସା ନିୟମରେ ବଡ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ମୁତାବକ ଏବେ ଆମେରିକାର ଭିସା ଚାହୁଁଥିବା ଲୋକଙ୍କୁ ନିଜ ସୋସିଆଲ ମିଡିଆର ସୂଚନା ଦେବାକୁ ପଡିବ । ବୈଦେଶିକ ମନ୍ତ୍ରାଳୟର ନୀତି ଅନୁସାରେ ଲୋକମାନଙ୍କୁ ସୋସିଆଲ ମିଡିଆ ନାମ ଓ ପାଞ୍ଚବର୍ଷରୁ ଅଧିକ ସମୟର ଇମେଲ୍ ଆଡ୍ରେସ୍ ଓ ଫୋନ୍ ନମ୍ବର ଦାଖଲ କରିବାକୁ ପଡ଼ିବ।

publive-image

ଗତବର୍ଷ ଏହି ପ୍ରସ୍ତାବ ଆଗତ ହେବା ପରେ କର୍ତ୍ତୃପକ୍ଷମାନେ ଆକଳନ କରିଥିଲେ କି, ଏହାଦ୍ୱାରା ବାର୍ଷିକ ୧୪. ୭ ନିୟୁତ ଲୋକ ପ୍ରଭାବିତ ହେବେ। ଜଟିଳ ନୂତନ ନିୟମରୁ କେତେକ ନିର୍ଦ୍ଦିଷ୍ଟ କୂଟନୈତିକ ଓ ସରକାରୀ ଭିସା ଆବେଦନକାରୀ ଛାଡ଼ ପାଇବେ। କିନ୍ତୁ କାମ ଓ ପଢ଼ିବା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଯାତ୍ରା କରୁଥିବା ଲୋକମାନଙ୍କୁ ସେମାନଙ୍କ ସୂଚନା ଦେବାକୁ ପଡ଼ିବ। ବୈଦେଶିକ ମନ୍ତ୍ରାଳୟ କହିଛି ଯ. “ଯୁକ୍ତରାଷ୍ଟ୍ର ଆମେରିକାର ନାଗରିକମାନଙ୍କୁ ସୁରକ୍ଷା ଦେବା ନିମନ୍ତେ ଯାଞ୍ଚ ପ୍ରକ୍ରିୟା ଉନ୍ନତ କରିବାକୁ ଆମେ ଉପାୟ କରୁଛୁ। ଏଥିସହ ଆମେ ଯୁକ୍ତରାଷ୍ଟ୍ର ଆମେରିକାକୁ ବୈଧ୍ୟ ଭ୍ରମଣକୁ ସମର୍ଥନ କରୁଛୁ।“

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe