ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକା କି ଯୋଜନା କରୁଛି ?

81

ବିଶ୍ବରେ ବଢୁଥିବା ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକା ଏକ ଜାତୀୟ ନୀତି ପ୍ରସ୍ତୁତ କରିବାକୁ ଯାଉଛି । ଯାହାଦ୍ବାରା ମୁସଲମାନ ବୋଲି ଭାବି ଶିଖ ଓ ଆରବ ପରି ଲୋକଙ୍କ ଉପରେ ହେଉଥିବା ଘୃଣାହିଂସାର ମୁକାବିଲା କରାଯାଇପାରିବ । 

ବିଶ୍ବରେ ବଢୁଥିବା ଇସଲାମିକ କଟ୍ଟର ମୋଲବାଦର ମୁକାବିଲା ପାଇଁ  ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଯେ ତାଙ୍କ ଦେଶ ମୁସଲମାନ ତଥା ଯେଉଁମାନଙ୍କୁ ମୁସଲମାନ ବୋଲି ବିବେଚନା କରାଯାଏ ସେମାନଙ୍କ ମଧ୍ୟରେ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରତି ବଢୁଥିବା ଘୃଣାକୁ ପ୍ରସୟ ଦେଇପାରିବ ନାହିଁ । ଏଥିପାଇଁ ଆମେରିକା ଏକ ଜାତୀୟ ନୀତି ପ୍ରସ୍ତୁତ କରୁଛି ଯାହା ଇସଲାମିକ ମୌଳବାଦ ଏବଂ ଇସଲାମୋଫୋବିୟା ସହିତ ଜଡ଼ିତ ଘୃଣା ହିଂସାର ମୁକାବିଲା କରିବ । ଏଥିରେ ଭାରତର ଶିଖମାନଙ୍କ ପାଇଁ ମଧ୍ୟ ଏକ ନୀତି ପ୍ରସ୍ତୁତ କରାଯିବ। ଏପରି ନୀତି  ଆମେରିକାର ପ୍ରଥମ ନୀତି ହେବ।

ଆଜିକାଲି ମଧ୍ୟପୂର୍ବରେ ଆମେରିକା ଦ୍ୱିପାକ୍ଷିକ ଆହ୍ଵାନର ସମ୍ମୁଖୀନ ହୋଇଛି। ଗୋଟିଏ ପଟେ ସେ ଇସ୍ରାଏଲ-ହମାସ ଯୁଦ୍ଧରେ ଇସ୍ରାଏଲକୁ ସାହାଜ୍ୟ କରୁଛି ତ ଅନ୍ୟପଟେ ବିଶ୍ୱସ୍ତରୀୟ ନେତା ହୋଇଥିବାରୁ ତାକୁ ଗାଜାରେ ପାଲେଷ୍ଟାଇନ ଲୋକମାନଙ୍କ ପାଇଁ ମାନବିକ ସହାୟତା ଏବଂ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିବାକୁ ପଡୁଛି । ଏହି ପରିବେଶ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିଛନ୍ତି ଯେ ତାଙ୍କ ସରକାର ଇସ୍‌ଲାମୋଫୋବିୟା ତଥା ସେହିପ୍ରକାର ଘୃଣ୍ୟ ମାନସିକତାର ମୁକାବିଲା ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ କରିବେ । ଏହି ନୀତି ମାଧ୍ୟମରେ ଆମେରିକାରେ ଘୃଣ୍ୟ ଅପରାଧ ହ୍ରାସ କରିବାକୁ ଉଦ୍ୟମ କରାଯିବ ଯେଉଁଥିରେ ଭାରତର ଶିଖ ସମ୍ପ୍ରଦାୟକୁ ମୁସଲମାନ ବୋଲି ବିଚାର କରି ସେମାନଙ୍କ ଉପରେ ହେଉଥିବା ଆକ୍ରମଣ ମଧ୍ୟ ବନ୍ଦ ହେବ।

ଘୃଣା ହିଂସାର  ମୁକାବିଲା କରିବା ପାଇଁ ଆଗତ ନୀତି ବିଷୟରେ  ବାଇଡେନ ଟ୍ୱିଟରରେ କହିଛନ୍ତି ଯେ ତାଙ୍କ ପ୍ରଶାସନ ମୁସଲମାନ, ଆରବ, ଶିଖ ଇତ୍ୟାଦିଙ୍କୁ ହିଂସା ଘଟାଉଥିବା ମୁସଲମାନ ହିସାବରେ ଗ୍ରହଣ କରି କର୍ଜୟାନୁଷ୍ଠାନ ଗ୍ରହଣ କରିପାରିବନାହିଁ ।  ସେଥିପାଇଁ ସେମାନେ ଇସଲାମୋଫୋବିୟା ଏବଂ ଘୃଣାର ସମ୍ପୃକ୍ତ ରୂପକୁ ମୁକାବିଲା କରିବା ପାଇଁ ଏକ ଜାତୀୟ ରଣନୀତି ପ୍ରସ୍ତୁତ କରୁଛନ୍ତି । ନୀରବ ରହିବା ମଧ୍ୟ ଅପରାଧରେ ଗଣାଯାଏ ଏବଂ ସେମାନେ ନୀରବ ହୋଇ ରହିପାରିବେ ନାହିଁ ।

ସମସ୍ତଙ୍କୁ ଏକାଠି ନେଇ ନୀତି ପ୍ରସ୍ତୁତ ହେବ

ହ୍ଵାଇଟହାଉସ କହିଛି ଯେ ଏଥିପାଇଁ ଆଇନଜୀବୀ, ଆଡଭୋକେଟୀ ଗୋଷ୍ଠୀ ଏବଂ ଅନ୍ୟ ସମ୍ପ୍ରଦାୟର ନେତାମାନଙ୍କୁ ପ୍ରଶାସନ ସହ ଏକାଠି କରାଯାଇ ଇସଲାମୋଫୋବିୟା ତଥା ସମସ୍ତ ପ୍ରକାରର ଘୃଣାହିଂସାର ମୁକାବିଲା କରିବାରେ ସାହାଯ୍ୟ କରାଯିବ। ବହୁତ ଦିନ ଧରି ଆମେରିକାର ମୁସଲମାନ ଏବଂ ଆରବ ଏବଂ ଶିଖଙ୍କ ପରି ଯେଉଁମାନେ ମୁସଲମାନ ବିବେଚିତ ହେଉଛନ୍ତି ସେମାନେ ଘୃଣା ଏବଂ ଭେଦଭାବର ଶିକାର ହେଉଛନ୍ତି ।

ଏହିପରି ଘଟଣା ନିକଟରେ ଘଟିଥିଲା

ହ୍ଵାଇଟହାଉସ ମଧ୍ୟ ତାଙ୍କ ବିବୃତ୍ତିରେ ଏଭଳି ଏକ  ଘଟଣାର ଏକ ଉଦାହରଣ ଦେଇଛି। ଏଥିରେ ସେ ୱାଡେହା ଅଲ ଫାୟୁମ ନାମକ ଜଣେ ୬ ବର୍ଷୀୟ ପାଲେଷ୍ଟାଇନ ଆମେରିକୀୟ ମୁସଲମାନ ଶିଶୁର ଅତି ନିର୍ମମ ହତ୍ୟା ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ଆକ୍ରମଣରେ ତାଙ୍କ ମା’ଙ୍କୁ ଚିକାଗୋରେ ଥିବା ତାଙ୍କ ଘର ବାହାରେ ମଧ୍ୟ ଆକ୍ରମଣ କରାଯାଇଥିଲା । ହାମାସ ବିରୋଧରେ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ ଆମେରିକାରେ ଏଭଳି ଘଟଣା ବୃଦ୍ଧି  ପାଇଛି।