ଆମେରିକାର ଟେକ୍ସାସ୍ ରେ ଦୁଇଜଣ ବନ୍ଧୁକଧାରୀ ଆତତାୟୀଙ୍କ ଆଖିବୁଜା ଗୁଳିମାଡ଼ରେ ୫ ଜଣ ଲୋକଙ୍କ ଜୀବନ ଚାଲିଯିବା ସହ ୨୧ ଜଣ ନିରୀହ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସୀତ ହେଉଛନ୍ତି । ସ୍ଥାନୀୟ ପୋଲିସ୍ ମୁତାବକ , ଶନିବାର ୨ ବନ୍ଧୁକଧାରୀ ପ୍ରଥମେ ଗୋଟିଏ ଟ୍ରକ୍ କୁ ଅପହରଣ କଲେ ଏବଂ ଏହାପରେ ଟ୍ରକ୍ କୁ ଆଢୁଆଳ କରି ଫାୟାରିଙ୍ଗ୍ ଆରମ୍ଭ କରିଦେଇଥିଲେ । ସ୍ଥାନୀୟ ପୋଲିସ୍ ମୁତାବକ , ଫାୟାରିଙ୍ଗ୍ ର ଏହି ଘଟଣା ମିଡଲେଣ୍ଡର ଓଡେଶା ଅଞ୍ଚଳରେ ଘଟିଛି । ତେବେ ସୂତ୍ର ମୁତାବକ , ଜଣେ ଆତତାୟୀକୁ ସିନର୍ଜୀ ପ୍ରେକ୍ଷାଳୟ ପାଖରେ ଗୁଳି କରି ହତ୍ୟା କରିଛି ଆମେରିକା ପୋଲିସ୍ । ଆତତାୟୀର ବୟସ ପାଖାପାଖି ୩୦ ହେବ ବୋଲି ଅନୁମାନ କରାଯାଉଛି ।
ଆପଣଙ୍କୁ କହିରଖୁଛୁ ଚଳିତ ମାସର ଅଗଷ୍ଟ ମାସରେ ଆମେରିକାର ଟେକ୍ସାସ୍ ଏବଂ ଓହେୟା ଦୁଇ ଭିନ୍ନ ଭିନ୍ନ ସ୍ଥାନରେ ଫାୟାରିଙ୍ଗ୍ ଘଟଣାକୁ ନେଇ ୨୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ପଡିଥିଲେ । ୨୪ ଘଣ୍ଟାରୁ କମ୍ ସମୟ ମଧ୍ୟରେ ଏହି ଫାୟାରିଙ୍ଗ୍ ର ଘଟଣା ହୋଇଥିଲା । ଯେଉଁଥିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଟେକ୍ସାସ୍ ଏବଂ ଓହେୟାରେ ହୋଇଥିବା ଗୁଳିକାଣ୍ଡ ଜାଞ୍ଚ୍ କରିବାକୁ ଆଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/texas-shooting-06-ap-jc-190831_hpMain_4x3_992.jpg)
/kanak/media/post_attachments/wp-content/uploads/2019/09/El-Paso-shooter.jpg_39101396_ver1.0_1280_720-300x169.jpg)