କନକ ବ୍ୟୁରୋ : ଏହି ଦୃଶ୍ୟ ହିଁ ବୟାନ କରୁଛି ଯେବେ ଆମେରିକା ପ୍ରତିଶୋଧ ପରାୟଣ ହୁଏ ସେତେବେଳେ ପରିଣାମ କେତେ ଭୟଙ୍କର ହୁଏ । ଗୋଟେ ପଟେ ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଚାଲିଥିବାବେଳେ ଅନ୍ୟପଟେ ହଠାତ ସିରିଆ ଉପରେ ଏୟାର ଷ୍ଟ୍ରାଇକ କରିଛି ଆମେରିକା । ଗୁରୁବାର ରାତିରେ ହୋଇଥିବା ଏୟାରଷ୍ଟ୍ରାଇକରେ ମାଟିରେ ମିଶିଛି ଇରାନ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ । ଗ୍ରୁପରେ ଏକାଧିକ ଠିକଣା ଧ୍ୱଂସ ହୋଇଥିବା ସୂଚନା ରହିଛି । ସେପଟେ ପ୍ରତିଆକ୍ରମଣରେ ୨୦ଜଣ ଆମେରିକା ସୈନିକ ଆହତ ମଧ୍ୟ ହୋଇଛନ୍ତି ।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶକ୍ରମେ -ଇରାନ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ ଉପରେ ଏୟାରଷ୍ଟ୍ରାଇକ କରାଯାଇଛି । ଅକ୍ଟୋବରରୁ ଏହି ଇରାକ ଓ ସିରିଆରେ ଥିବା ଆମେରିକା ସେନା ଶିବିର ଉପରେ ଆକ୍ରମଣ ଜବାବ ଦିଆଯାଇଥିବା କହିଛନ୍ତି ଆମେରିକା ରକ୍ଷା ସଚିବ ଲଏଡ଼ ଅଷ୍ଟିନ

ସିରିଆ ଉପରେ ଆମେରିକାର ଏୟାରଷ୍ଟ୍ରାଇକ:
-ପୂର୍ବ ସିରିଆରେ ଆମେରିକାର ଏୟାରଷ୍ଟ୍ରାଇକ୍
-ଟାର୍ଗେଟରେ ‘ଇରାନ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ’
-ଆତଙ୍କୀ ଆଡ୍ଡା ଉପରେ ଆକାଶ ମାର୍ଗରୁ ଆମେରିକାର ମିସାଇଲ ମାଡ
-ଉତର ଇରାନରେ ଥିବା ଆମେରିକାର ସେନା ଶିବିର ଉପରେ ଇସଲାମିକ କ୍ରାନ୍ତିକାରି ଗାର୍ଡ ଗ୍ରୁପ ପକ୍ଷରୁ ପ୍ରଥମେ ଆକ୍ରମଣ କରାଯାଇଥିଲା ।
-ପରେ ଆମେରିକା ଏହାର ଜବାବ ଦେବାକୁ ଯାଇ ଆକ୍ରମଣ କରିଛି
-୨୦ଜଣ ଆମେରିକା ସୈନିକଙ୍କ ଆହତ ହୋଇଛନ୍ତି

ଅକ୍ଟୋବର ୧୭ରୁ ଇରାକ ଓ ସିରିଆରେ ଥିବା ଆମେରିକା ସେନା ଶିବିର ଉପରେ ୧୨ଥରରୁ ଅଧିକ ଥର ଆକ୍ରମଣ ହୋଇଥିଲା । ଡ୍ରୋନ ମାଡରେ ୨୧ଜଣ ସୈନିକ ଆହତ ହେବା ପରେ ଆମେରିକା ଏବେ ଏହାର ପ୍ରତିଶୋଧ ନେଇଛି । ତେଣୁ ଆତ୍ମରକ୍ଷା ପାଇଁ ଜବାବ ଦିଆଯାଇଥିବା କହିଛି ପେଂଟାଗନ

ଯୁଦ୍ଧକୁ ୨୧ ଦିନ ପୂରିଛି । ହମାସ ମାଟିରେ ମିଶାଇବା ପାଇଁ ଯେଉଁଠି ଇସ୍ରାଏଲ ସେନା ପ୍ରତିଜ୍ଞା କରିଛି ସେଠି ଦେଶକୁ ଜୋରଦାର ବିରୋଧ କରୁଛନ୍ତି ଅଧିକାଂଶ ଇସଲାମିକ ରାଷ୍ଟ୍ର । ଏମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହିଛି ଇରାନ, ଇରାକ ଓ ସିରିଆ । ଏପରିକି ରାଷ୍ଟ୍ରମାନେ ଇସ୍ରାଏଲକୁ ବାରମ୍ବାର ଯୁଦ୍ଧ ଧମକ ମଧ୍ୟ ଦେଇଆସୁଛନ୍ତି

ଆକ୍ରମଣ ପରେ ଉଗ୍ର ହୋଇପଡିଛଇି ଇରାନ ସେନା ଓ ତୁରନ୍ତ ସମରାଭ୍ୟାସ ଆରମ୍ଭ କରିଛି । ହମାସକୁ ଇରାନ ସମର୍ଥନ କରୁଥିବାରୁ ଆଗକୁ ଯୁଦ୍ଧ ଭୟଙ୍କର ରୂପ ନେବ ବୋଲି ଆଶା କରାଯାଉଛି   । ହୁଏତ ଆମେରିକାଠୁ ପ୍ରତିଶୋଧ ନେବା ପାଇଁ ହମାସକୁ ଅଧିକ ବଳ ଯୋଗାଇପାରନ୍ତି ଇସଲାମିକ ରାଷ୍ଟ୍ର ।