ଏଭରେଷ୍ଟକୁ ନେଇ ଆମେରିକା ଗୁପ୍ତ ସାଟେଲାଇଟ ଦେଲା ସାଂଘାତିକ ତଥ୍ୟ । ଦୁଇ ଦେଶ ଆଡକୁ ମାଡି ଆସିବ ବିପଦ ।

1,482

ମାଉଣ୍ଟ ଏଭରେଷ୍ଟକୁ ନେଇ ବଡ ଖୁଲାସା କରିଛି ଆମେରିକାର ଗୁପ୍ତ ଉପଗ୍ରହ । ଧଳାଚାଦରରେ ଘୋଡାଇ ହୋଇ ରହୁଥିବା ମାଉଣ୍ଟ ଏଭରେଷ୍ଟରୁ ଏବେ ବହୁମାତ୍ରାରେ ତରଳୁଛି ବରଫ । ସ୍ଥିତି ଏପରି ହେଲାଣି ଯେ, ଏହା ଉପରେ ଘାସ ଉଠିବା ଆରମ୍ଭ ହେଲାଣି । ଯାହା ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ । ଗତ ୬୦ ବର୍ଷ ହେବ ମାଉଣ୍ଟ ଏଭରେଷ୍ଟରେ ଥିବା ରୋଙ୍ଗବୁକ ଓ ଖୁମ୍ବୁକ ଗ୍ଲାସିୟରରୁ ପ୍ରାୟ ୨୬୦ ଫୁଟର ତରଳି ସାରିଲାଣି । ଯଦି ଏଭଳି ବରଳ ତରଳିବା ଲାଗି ରୁହେ ତେବେ ୧୦୦ ବର୍ଷ ମଧ୍ୟରେ ଏଭରେଷ୍ଟରେ ବରଫ ଚାଦର ଆଉ ଦେଖିବାକୁ ମିଳିନପାରେ ବୋଲି ପରିବେଶବିତ୍ ଆକଳନ କରିଛନ୍ତି । ଆମେରିକାର ସିକ୍ରେଟ ସାଟେଲାଇଟରୁ ଉଠାଯାଇଥିବା ଫଟୋ ଦେଖି ଏଭଳି ଆକଳନ କରାଯାଇଛି ।

୧୯୬୨ରୁ ୨୦୧୮ ମଧ୍ୟରେ ଆମେରିକାର ଏହି ଗୁପ୍ତ ସାଟେଲାଇଟ ପଠାଇଥିବା ୮ ଲକ୍ଷ ଫଟୋକୁ ବିଶ୍ଲେଷଣ କରିବା ପରେ ଜଣାପଡିଛି ଯେ, ଏଭରେଷ୍ଟ ଓ ଏହାର ଆଖପାଖରେ ଥିବା ପର୍ବତଶୃଙ୍ଗରୁ ଦ୍ରୁତ ଭାବରେ ବରଫ ତରଳୁଛି । ଅଧ୍ୟୟନରୁ ଜଣାପଡିଛି ଯେ, ଏଭରେଷ୍ଟରୁ ପ୍ରତିବର୍ଷ ପାଖାପାଖି ୮ ଇଞ୍ଚର ବରଫ ତରଳୁଛି । ତେଣୁ ଏହି ଧାରା ଜାରି ରହିଲେ ମାନବ ସମାଜ ପାଇଁ ସାଂଘାତିକ ସ୍ଥିତି ଉପୁଜିପାରେ ।

ଏଭରେଷ୍ଟ ଗ୍ଲାସିୟରରୁ ବରଫ ଯେତେ ଅଧିକ ତରଳିବ ଚୀନ ଓ ନେପାଳ ପାଇଁ ସେତିକି ବିପଦ ବଢିବ । କାରଣ ଏଠାରୁ ବିଭିନ୍ନ ସ୍ରୋତ ଦେଇ ବହି ଆସୁଥିବା ପାନୀୟ ଉପଯୋଗୀ ଜଳ ମଧ୍ୟ ଶେଷ ହୋଇଯିବ । ଏହାଛଡା ବରଫ ଧସିବା ପର୍ବତାରୋହୀଙ୍କୁ ବଡ ବଡ ଦୁର୍ଘଟଣା ମୁହଁକୁ ଠେଲିଦେବ । ୧୯୭୦ ପର୍ଯ୍ୟନ୍ତ ଏଭରେଷ୍ଟରୁ କମ ମାତ୍ରାରେ ବରଫ ତରଳୁଥିଲା କିନ୍ତୁ ୧୯୮୦ ପରେ ଦ୍ରୁତ ମାତ୍ରାରେ ବରଫ ତରଳିବା ଆରମ୍ଭ କରିଛି । ଆଉ ଏହାର ବଡ କାରଣ ହେଉଛି ଗ୍ଲୋବାଲ ୱାର୍ମିଂ । ଯେଉଁଥିପାଇଁ ତାପମାତ୍ରାର ବୃଦ୍ଧି କାରଣରୁ ବରଫ ତରଳିବା ଆରମ୍ଭ ହୋଇଛି । ଏହାଛଡା ପର୍ବତାରୋହୀ ମାନେ ଏଭରେଷ୍ଟ ଉପରେ ଅଳିଆ ଆବର୍ଜନା ଜମା କରିବା ମଧ୍ୟ ବରଫ ତରଳିବାର ଅନ୍ୟ ଏକ କାରଣ ବୋଲି କୁହାଯାଉଛି ।