ଆମେରିକୀୟ ସିଙ୍ଗର ମେରୀ ମିଲବେନ କହିଛନ୍ତି ଯେ ଜଣେ କେହି ସାହସୀ ମହିଳା ସାମନାକୁ ଆସି ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ବିପକ୍ଷରେ ପ୍ରାର୍ଥୀ ହେବା ଦରକାର । ତା ସହ ସେ କହିଛନ୍ତି ଭାରତ ଏବଂ ଭାରତ-ଆମେରିକା ସମ୍ପର୍କ ପାଇଁ ନରେନ୍ଦ୍ର ମୋଦି ସବୁଠାରୁ ଯୋଗ୍ୟତମ ବ୍ୟକ୍ତି ଅଟନ୍ତି ।

Advertisment

ବିହାରର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମହିଳା ମାନଙ୍କ ଉପରେ ଦେଇଥବା ବିବାଦପୂର୍ଣ ବୟାନ ଏବେ ଚର୍ଚ୍ଚାର ବିଷୟ ହେଇଛି । ଖାଲି ଦେଶରେ ନୁହେଁ ଏବ ବିଦେଶରେ ମଧ୍ୟ ଏହାର ଚର୍ଚ୍ଚା ଜୋର ଧରିଲାଣି । ନୀତିଶ କୁମାର ସେକ୍ସ ଏଜୁକେସନ ଉପରେ ଦେଇଥିବା ସେହି ବୟାନ ପାଇଁ କ୍ଷମା ମଧ୍ୟ ମାଗି ସାରିଲେଣି କିନ୍ତୁ ଚର୍ଚ୍ଚା ଥମିବାର ନାଁ ନେଉନାହିଁ ।

ଏହିପରି ପରିପେକ୍ଷୀରେ ଆଫ୍ରିକୀୟ-ଆମେରିକୀୟ ମହିଳା ସଙ୍ଗୀତକାର ମେରୀ ମିଲବେନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏକ ଭିଡିଓ ବାର୍ତ୍ତା ଜାରି କରି ସେ କହିଛନ୍ତି ଯେ ‘ସମୟ ଆସିଛି ଯେ ନୀତୀଶ କୁମାର ଇସ୍ତଫା ଦେଇଦେବା ଉଚିତ୍। ଆହୁରି ମଧ୍ୟ ସେ କହିଛନ୍ତି ଯେ ଯଦି ସେ ଜଣେ ଭାରତୀୟ ନାଗରିକ ହୋଇଥାନ୍ତେ, ତେବେ ସେ ବିହାର ଯାଇ ନୀତୀଶ କୁମାରଙ୍କ ବିରୋଧରେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତେ’ । ତା ସହ ସେ କହିଛନ୍ତି ‘ଭାରତ ଏବଂ ଭାରତ-ଆମେରିକା ସମ୍ପର୍କ ପାଇଁ ନରେନ୍ଦ୍ର ମୋଦି ହେଉଛନ୍ତି ବେଷ୍ଟ ପିଏମ’ ।