କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ପକ୍ଷରୁ ଆସିଛି ବଡ ବୟାନ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଋଷକୁ ଘେରିବାକୁ ସବୁ ପ୍ରକାର ଉଦ୍ୟମ ଜାରି ରଖିଛନ୍ତି । ବିଭିନ୍ନ କଟକଣା ଲଗାଇ ଋଷର ଅର୍ଥନୀତିକୁ ଦୋହଲାଇ ଦେବା ଲକ୍ଷ୍ୟରେ ରହିଛି ଆମେରିକା । କେବଳ ଏତିକି ନୁହେଁ ଋଷକୁ ଘେରିବାକୁ ଆମେରିକା ୧୨ ହଜାର ସୈନିକ ପଠାଇଛି । କିନ୍ତୁ ଏହି ସୈନ୍ୟ ଋଷ ସହ ଲଢିବେ ନାହିଁ ବରଂ ଋଷର ସୀମାବର୍ତ୍ତୀ ଦେଶ ଗୁଡିକ ଯେପରିକି ଲାଟିଭିଆ, ଲିଥୁନିଆ, ରୋମାନିଆ ଓ ଇସ୍ତୋନିଆ ଭଳି ଦେଶରେ ଡେରା ପକାଇବେ । ନାଟୋ ଦେଶର ପ୍ରତିଟି ଇଞ୍ଚର ସୁରକ୍ଷା ଆମେରିକା କରିବ ବୋଲି ବାଇଡେନ କହିଛନ୍ତି ।

Advertisment

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କଡ଼ା ଚେତାବନୀ ଦେବା ସହ କହିଛନ୍ତି, ଋଷ ଯଦି ରାସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାର କରେ ସେଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼ିବ । ଏହି ଯୁଦ୍ଧରେ ନାଟୋ ମୁକାବିଲା କରୁ ବୋଲି ୟୁକ୍ରେନ୍ ଚାପ ପକାଇ ଆସୁଛି । ହେଲେ ୟୁକ୍ରେନ୍ର ଏହି ଦାବି ସହ ବାଇଡେନ୍ ଏକମତ ହୋଇନାହାନ୍ତି । ଏହା ହେଲେ ବିଶ୍ୱରେ ତୃତୀୟ ବିଶ୍ୱଯୁଦ୍ଧ ହେବାର ଆଶଙ୍କା ରହିଛି । ୟୁକ୍ରେନ୍ ଓ ଋଷ ଜୈବିକ ଏବଂ ରାସାୟନିକ ଯୁଦ୍ଧାସ୍ତ୍ର ବ୍ୟବହାର କରୁଛନ୍ତି ବୋଲି ଋଷିଆ ଅଭିଯୋଗ କରିଛି । ହେଲେ ପାଶ୍ଚତ୍ୟ ଦେଶ ଗୁଡ଼ିକ ପାଲଟା ଅଭିଯୋଗ କରିଛନ୍ତି ।

ଅନ୍ୟପଟେ ରାଜଧାନୀ କିବକୁ ଘେରିବାକୁ ସବୁ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଛି ଋଷ । ଯେଉଁଥିପାଇଁ ଏବେଠୁ କିବରେ ବୋମା ବର୍ଷା କରୁଛି ଋଷ । ଏସବୁ ଭିତରେ ଆଜି ବେଲାଋଷ ମଧ୍ୟ ୟୁକ୍ରେନ ଉପରେ ଆକ୍ରମଣ କରିବାରେ ବୋଲି ୟୁକ୍ରେନ୍ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହାପୂର୍ବରୁ ଋଷ ସେନା ବେଲାଋଷ ବାଟରେ ୟୁକ୍ରେନ ଉପରେ ଆକ୍ରମଣ କରି ସାରିଛି ।