ଆକାଶପଥରେ ଦମ ଦେଖାଇବ ଭାରତ ! ଖୁବଶୀଘ୍ର ବାୟୁସେନାକୁ ମିଳିବ ଆମେରିକୀୟ ଆର୍ମଡ ଡ୍ରୋନ

77

ଭାରତକୁ ଆର୍ମସ ଡ୍ରୋନ ଯୋଗାଇବ ଆମେରିକା । ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଭାରତୀୟ ବାୟୁସେନା ଆର୍ମସ ଡ୍ରୋନ ଯୋଗାଇବା ପାଇଁ ଆମେରିକାକୁ ଅନୁରୋଧ କରିଥିଲା । ଏବେ ଭାରତର ଏହି ୮ ବିଲିୟନ ମୂଲ୍ୟର ସାମିରକ ଡିଲ ଉପରେ ବିଚାର କରୁଛନ୍ତି ଆମେରିକା ସରକାର । ଏହି ସୂଚନା ଦେଇଛନ୍ତି ଟ୍ରଂପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ।

avenger droneଜଳ, ସ୍ଥଳ ଓ ଆକାଶ ପଥରେ ନିଜର ଶକ୍ତି ବୃଦ୍ଧି କରୁଛି ଭାରତ । ଉଭୟ ଚୀନ୍ ଓ ପାକିସ୍ତାନକୁ ମାତ ଦେବା ପାଇଁ ସେନାବାହିନୀକୁ ଆହୁରି ଶକ୍ତିଶାଳୀ କରୁଛି ଭାରତ । ଏହିକ୍ରମରେ ଆମେରିକାରର ଅଟୋମିକ୍ ପ୍ରେଡାଟର ସି-ଏଭେଞ୍ଜର ଏୟାରକ୍ରାଫ୍ଟ ମିଳିଲେ ଭାରତୀୟ ବାୟୁସେନା ଆହୁରି ଶ କ୍ତିଶାଳୀ ହେବ । ୮୦ ରୁ ୧୦୦ଟି ଆର୍ମଡ ଡ୍ରୋନ ଯୋଗାଇବା ପାଇଁ ଭାରତ ଅନୁରୋଧ କରିଛି । ଯାହାର ଅନୁମାନିକ ମୂଲ୍ୟ ୮ବିଲିୟନ ଡଲାର ହେବ । ଗତ ଜୁଲାଇ ୨୬ରେ ହ୍ୱାଇଟ ହାଉସରେ ମୋଦି-ଟ୍ରଂପଙ୍କ ସାକ୍ଷାତର ମାସକ ପରେ ଆମେରିକା ୨୨ଟି ଗାର୍ଡିୟାନ ଡ୍ରୋନ ଭାରତକୁ ବିକ୍ରି କରିବ ବୋଲି ଘୋଷଣା କରିଛି ।

ଏହି ଡ୍ରୋନ ଭାରତୀୟ ନୌସେନାରେ ସାମିଲ ହେଲେ ଭାରତୀୟ ମହାସାଗରରେ ଭାରତର ସ୍ଥିତି ଆହୁରି ମଜବୁତ ହେବ । ଗାର୍ଡିୟନ ଡ୍ରୋନ ଭଳି ଆର୍ମଡ୍ ଡ୍ରୋନ ଡିଲକୁ ମଧ୍ୟ ଆମେରିକା ମଂଜୁର କରିବ ବୋଲି ଆଶା କରାଯାଉଛି । ଆଉ ଆର୍ମ ଡ୍ରୋନ ମିଳିଲେ ଭାରତୀୟ ବାୟୁସେନାର ସାମରିକ ଶକ୍ତି ଆହୁରି ଶକ୍ତିଶାଳୀ ହେବ ।