ଭାରତରେ ଚୀନ ଆପ୍ ନିଷିଦ୍ଧକୁ ସମର୍ଥନ କଲା ଆମେରିକା । ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଲେ, ଏହା ଭାରତର ସୁରକ୍ଷା ଦୃଷ୍ଟିରୁ ଭଲ ପଦକ୍ଷେପ

ଚୀନର ୫୯ ଟି ଆପକୁ ଭାରତ ବ୍ୟାନ କରିବା ନିଷ୍ପତିକୁ ଆମେରିକ ସମର୍ଥନ ଜଣାଇଛି

1,035

କନକ ବ୍ୟୁରୋ: ଚୀନର ୫୯ ଟି ଆପକୁ ଭାରତ ବ୍ୟାନ କରିବା ନିଷ୍ପତିକୁ ଆମେରିକ ସମର୍ଥନ ଜଣାଇଛି । ଆମେରିକା ଭାରତର ଏହି ନିଷ୍ପତିକୁ ପ୍ରଶଂସା କରିଛି । ଆମେରିକ ବିଦେଶ ମନ୍ତ୍ରୀ ମାଇକ୍ ପୋମ୍ପିଓ କହିଛନ୍ତି ଭାରତର ଏହି ପଦକ୍ଷେପକୁ ସ୍ୱାଗତ କରୁଛି । ଚୀନ୍ ବିରୋଧରେ ଏହି

ପଦକ୍ଷେପ ଭାରତର ସଂପ୍ରଭୁତା, ଅଖଣ୍ଡତା ଓ ରାଷ୍ଟୀୟ ସୁରକ୍ଷାକୁ ବୃଦ୍ଧି କରିବ । ଏହି ଆପ୍ ଗୁଡିକ ଚୀନ୍ କମ୍ୟୁନିଷ୍ଟ ଦଳର ସର୍ବେଲାନ୍ସର ଗୋଟିଏ ଗୋଟିଏ ଅଙ୍ଗ ବୋଲି କହିଛନ୍ତି ପୋମ୍ପେଓ । ଚୀନକୁ ଆର୍ଥିକ ହାନି ପହଁଚାଇବା ପାଇଁ ଭାରତ ମଙ୍ଗଳବାର ଚୀନର ୫୯ଟି ଆପକୁ ବ୍ୟାନ କରିଛି । ଏଥିରେ ଟିକଟକ୍, ସେୟାରଇଟ୍, ହେଲୋ, ୟୁସି ବ୍ରାଉଜର ଓ ୱି-ଚ୍ୟାଟ ଭଳି ଅତି ଲୋକପ୍ରିୟ ଆପ୍ ରହିଛି ।

ଏଲଏସିରେ ଚୀନ ସହ ଉତ୍ତେଜନାକୁ ନେଇ ଭାରତ ସହ ଆମେରିକା ଛିଡା ହୋଇଛି । ଗଲୱାନ ଘାଟିରେ ସହିଦ ହୋଇଥିବା ୨୦ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ବି ଦେଇଛି ଆମେରିକା । କେବଳ ଏତିକି ନୁହେଁ ସୀମାରେ ଚାଲିଥିବା ଉତ୍ତେଜନା ଉପରେ ଆମେରିକା ନଜର ରଖିଛି ।