୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ । ବିଦେଶମନ୍ତ୍ରୀ ଓ ଏନଏସଏଙ୍କ ସହ ବୈଠକ

Advertisment
୨ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ । ବିଦେଶମନ୍ତ୍ରୀ ଓ ଏନଏସଏଙ୍କ ସହ ବୈଠକ

କନକ ବ୍ୟୁରୋ : ଆମେରିକାର ବୈଦେଶିକମନ୍ତ୍ରୀ ଏଣ୍ଟୋନୀ ବ୍ଲିଙ୍କନ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ଜୁଲାଇ ୨୭-୨୮ ଦୁଇଦିନ ଧରି ସେ ଭାରତରେ ରହିବେ । ସେ ବୈଦେଶିକମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ଭାରତ ଯାତ୍ରା । ଏହି ସମୟରେ ସେ ଭାରତର ବୈଦେଶିକମନ୍ତ୍ରୀ ଏସ.ଜୟଶଂକର ଓ ଜାତୀୟ ସୁରକ୍ଷା ପରିଷଦର ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ଶୁକ୍ରବାର ଦିନ ଭାରତୀୟ ବିଦେଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ମୁତାବକ ଏଣ୍ଟୋନୀ ବ୍ଲିଙ୍କନଙ୍କ ଭାରତ ଯାତ୍ରା ସମୟରେ ଉଚ୍ଚସ୍ତରୀୟ ଆଲୋଚନା ହେବ । ଏହାସହ ଭାରତ-ଆମେରିକା ବାଣିଜ୍ୟ ରଣନୀତି ମଜବୁତ କରିବାର ଏହା ଉକ୍ରୁଷ୍ଟ ସମୟ ବୋଲି କୁହାଯାଇଛି ।

ଏହି ଗସ୍ତର ମୁଖ୍ୟ ଗୁରୁତ୍ୱ ହେଉଛି ଚଳିତ ବର୍ଷ ଶେଷରେ ୱାଶିଂଟନରେ କ୍ୱାଡ୍ ଗ୍ରୁପ୍ ନେତାଙ୍କ ଶାରୀରିକ ଉପସ୍ଥିତିରେ ଏକ ଶିଖର ସମ୍ମିଳନୀ ପାଇଁ ମୂଳଦୁଆ ପକାଇବା । ଏହି କ୍ୱାଡରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକା ଅନ୍ତର୍ଭୁକ୍ତ । ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ବ୍ୟବହାରିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ଏହି ଗୋଷ୍ଠୀ ପ୍ରତି ୱାଶିଂଟନର ପ୍ରତିବଦ୍ଧତା ବିଷୟରେ ଏକ ଦୃଢ ସଙ୍କେତ ଦେବା ପାଇଁ ଆମେରିକା କ୍ୱାଡ ନେତାଙ୍କ ଶାରୀରିକ ଉପସ୍ଥିତିରେ ଏକ ଶିଖର ସମ୍ମିଳନୀ ଆୟୋଜନ କରିବାକୁ ବିଚାର କରୁଛି।

କହିରଖୁ କି, ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଗତ ମେ ମାସରେ ଆମେରିକା ଗସ୍ତ କରିଥିଲେ ଯେଉଁଥିରେ ସେ ଆମେରିକାର ପ୍ରମୁଖ ଫାର୍ମା କମ୍ପାନୀର ବରିଷ୍ଠ ଅଧିକାରୀଙ୍କୁ ଭେଟିଥିଲେ। ଜୟଶଙ୍କରଙ୍କ ପାଞ୍ଚ ଦିନିଆ ଆମେରିକା ଗସ୍ତର ମୁଖ୍ୟ ଗୁରୁତ୍ୱ ଥିଲା ଦେଶର ଟିକା ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଆମେରିକାରୁ ଭାରତକୁ କଞ୍ଚାମାଲ ଯୋଗାଇବା । ଆଶା କରାଯାଉଛି ଯେ ଇଣ୍ଡୋ-ଆମେରିକା ଆଲୋଚନାରେ ଆଫଗାନିସ୍ତାନର ପରିସ୍ଥିତି ପ୍ରତି ବିଶେଷ ଧ୍ୟାନ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe