ଆମେରିକା ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କ ଭାରତ ଗସ୍ତ । କହିଲେ,  ଭାରତ ସହ ସମ୍ପର୍କ ଓ ସହଯୋଗିତା ବୃଦ୍ଧି କରିବ ଆମେରିକା ।

147

କନକ ବ୍ୟୁରୋ: ପ୍ରଥମ ଥର ପାଇଁ ଭାରତରେ ପହଁଚିଛନ୍ତି ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । ଗସ୍ତର ପ୍ରଥମ ଦିନରେ ସେ ଭାରତର ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ ଜୟଶଙ୍କର ସହ ସାକ୍ଷାତ କରିଛନ୍ତି । ପରେ ରାଷ୍ଟ୍ରୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲଙ୍କୁ ମଧ୍ୟ ଭେଟିଛନ୍ତି ଆଣ୍ଟୋନି ବ୍ଲିଙ୍କେନ୍ । ଦିଲ୍ଲୀରେ ଆୟୋଜିତ ବୈଠକରେ ଯୋଗ ଦେଇଛନ୍ତି ଆମେରିକା ବୈଦେଶିକ ସଚିବ । ବୈଠକରେ ଆମେରିକା ବୈଦେଶିକ ସଚିବ କହିଛନ୍ତି, ଭାରତ ଓ ଆମେରିକା ସର୍ମ୍ପକକୁ ଅଧିକ ମଜବୁତ କରିବା ପାଇଁ ବାଇଡେନ ସରକାର ପ୍ରତିଶ୍ରୁତିବଦ୍ଧ । ଆଫଗାନିସ୍ତାନରୁ ଯୁକ୍ତରାଷ୍ଟ୍ର ଆମେରିକାର ସୈନ୍ୟ ପ୍ରତ୍ୟାହାର, କୋଭିଡ ୧୯ ପରିଚାଳନା ଓ ଟିକା ଯୋଗାଣ ପାଇଁ କ୍ୱାର୍ଡ ସଦସ୍ୟଙ୍କ ମଧ୍ୟରେ ସମନ୍ୱୟତା, ଭାରତ ପ୍ରଶାନ୍ତ ମହାସାଗରରେ ନୌସେନା ମୂତୟନ, ଆଞ୍ଚଳିକ ନିରାପତ୍ତ, ଜଳବାୟୁ ସଙ୍କଟ ଉପରେ ଦ୍ୱିପାପାକ୍ଷିକ ଆଲୋଚନା ହୋଇଛି ।