କରୋନା ନିରାକରଣ ପାଇଁ ଏଯାଏଁ ବାହାରିନାହିଁ ଔଷଧ: ଚିକିତ୍ସା ବିଜ୍ଞାନୀଙ୍କ ମତ:- ବିସିଜିରେ ଭୂତାଣୁ ପ୍ରତିରୋଧ ଶକ୍ତି ଥିବାରୁ କରୋନାକୁ କରିପାରିବ ମୁକାବିଲା

ଭାରତରେ ବିସିଜି ଟୀକା ଦେଖାଇପାରେ ବାଟ

556

କନକ ବ୍ୟୁରୋ: ବିଶ୍ୱରେ କରୋନା ପାଇଁ ବର୍ତ୍ତମାନ ସୁଦ୍ଧା ବାହାରି ନାହିଁ କୌଣସି ଔଷଧ । କୋଭିଡ୍ ୧୯ ଭୂତାଣୁ ଆତଙ୍କ ଭିତରେ ଚୀନ, ଆମେରିକା , ଇଟାଲି ପରି ରାଷ୍ଟ୍ର ଏବେ କୌଣସି ନିର୍ଦ୍ଦିଷ୍ଟ ଔଷଧ ଓ ଏହାର ସଠିକ୍ ନିରାକରଣ ବାଟ ବାହାର କରିବାରେ ସଫଳ ହୋଇପାରି ନାହାନ୍ତି । ତେବେ ଚିକିତ୍ସା ବିଜ୍ଞାନୀଙ୍କ ମତରେ କରୋନା ନିରାକରଣ ପାଇଁ କିଛି ସପ୍ତାହ ମଧ୍ୟରେ ଆସିଯାଇପାରେ ଔଷଧ । କାରଣ ଯେଉଁ ଦେଶ ଗୁଡିକରେ ବିସିଜି ଟୀକାକରଣ କରାଯାଉଛି ସେଠାରେ କରୋନା ଭୂତାଣୁ ସଂକ୍ରମଣ ସେତେଟା ତୀବ୍ର ଦେଖାଇପାରିନାହିଁ । ଭାରତ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।

ଏବେ ଭାରତୀୟ ଚିକିତ୍ସା ବିଜ୍ଞାନୀ ଏହି ବିସିଜି ଟିକାକୁ କରୋନା ରୋଗୀଙ୍କ ଚିକିତ୍ସାରେ ନିୟୋଜିତ ଥିବା ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ପ୍ରୟୋଗ କରିଛନ୍ତି । ଖୁବଶୀଘ୍ର ଏହାର ଫଳାଫଳ ଆସିବ । ବିସିଜି ଟୀକାକରଣ ମନୁଷ୍ୟ ଶରୀରରେ ଭୂତାଣୁ ସଂକ୍ରମଣ ବିରୋଧର ଶକ୍ତି ସୃଷ୍ଟି କରିଥାଏ । କୌଣସି ବ୍ୟକ୍ତିଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହେଲେ କରୋନା ଭୂତାଣୁ ସଂକ୍ରମିତ କରିବା ସଂଭାବନା ଅଧିକ ଥିବାରୁ ଏବେ ଏହାର ମୁକାବିଲା ବିସିଜି ଟୀକା ହୋଇପାରିବ ବୋଲି ଆଶା ପୋଷଣ କରିଛନ୍ତି ଚିକିତ୍ସୀ ବିଜ୍ଞାନୀ । ଆମେରିକୀୟ ବୈଜ୍ଞାନିକ ମଧ୍ୟ ଏହି ବିସିଜି ଟୀକାକୁ ନେଇ କରୋନା ପ୍ରତିରୋଧ ଔଷଧ ପ୍ରସ୍ତୁତି ପାଇଁ ଗବେଷଣା ଆରମ୍ଭ କରିଥିବା ସୂଚନା ମିଳିଛି ।