୨୬/୧୧ ଆକ୍ରମଣର ୧୧ ବର୍ଷ ପରେ ପାକିସ୍ତାନକୁ ଟାର୍ଗେଟ୍ କଲା ଆମେରିକା : ଟ୍ୱିଟ୍ କରି କହିଲା , ଦୋଷୀ ଏବେ ବି ଦଣ୍ଡ ଠାରୁ ଦୂର । 

557

ମୁମ୍ବାଇରେ ୨୬/୧୧ ଆକ୍ରମଣକୁ ୧୧ ବର୍ଷ ପୂରିଛି । ଭାରତର ଇତିହାସରେ ଏହା ହେଉଛି ଏପରି ଏକ କଳା ଦିବସ, ଯାହାକୁ କେହି କେବେ ଭୁଲି ପାରିବେ ନାହିଁ । ଏଭଳି ଜଘନ୍ୟ ଅପରାଧରେ ଦୋଷୀଙ୍କୁ କଠୋର ଦଣ୍ଡ ଦେବା ପାଇଁ  ଆମେରିକା କହିଛି । ଲସ୍କର-ଏ-ତୋଇବାର ମାତ୍ର ୧୦ ଜଣ ଆତଙ୍କବାଦୀ ୧୬୬ ରୁ ଅଧିକ ଲୋକଙ୍କୁ ଶ୍ମଶାନ ଘାଟରେ ଶୁଆଇ ଦେଇଥିଲେ ଏବଂ ଏହି ଆକ୍ରମଣରେ ୩୦୦ ରୁ ଅଧିକ ଲୋକ ଆହତ ହୋଇଥିଲେ ।

୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ମନେ ପଡିଲେ ଆଜି ବି ଲୋକଙ୍କ ହୃଦୟ ଥରି ଉଠେ । ଲସ୍କର-ଏ-ତୋଇବାର ୧୦ ଜଣ ଆତଙ୍କବାଦୀ କରାଚିରୁ ସମୁଦ୍ରପଥ ଦେଇ ମୁମ୍ବାଇରେ ପ୍ରବେଶ କରିଥିଲେ । ଆମେରିକା ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମୋର୍ଗନ ଓର୍ଟାଗସ୍ ଏହି ମାମଲାର ୧୧ ବର୍ଷ ପୂର୍ତ୍ତି ଅବସରରେ ଟ୍ୱିଟ କରଛନ୍ତି, ୧୧ ବର୍ଷ ପୂର୍ବେ ଆତଙ୍କବାଦୀ ଆକ୍ରମଣରେ ୬ ଜଣ ଆମେରିକା ନାଗରିକଙ୍କ ସମେତ ୧୬୬ ଲୋକଙ୍କ ମୃତ୍ୟୁ ହୋଇଥିଲା । ଆଜି ମୁମ୍ବାଇ ଆକ୍ରମଣରେ ପୀଡିତଙ୍କୁ ସ୍ମରଣ କରୁଛି । ଏହି ଜଘନ୍ୟ ଅପରାଧ ଘଟାଇଥିବା ଆତଙ୍କବାଦୀଙ୍କୁ କାଠଗଡାରେ ଠିଆ କରାଇ କଠୋର ଦଣ୍ଡ ଦେବା ଉଚିତ୍ ବୋଲି ସେ ଟ୍ୱିଟ୍ କରିଛନ୍ତି ।

ଭାରତୀୟ ଆମେରିକୀ ଓ ବିଭିନ୍ନ ସଂଘଟନ ମୁମ୍ବାଇ ଆତଙ୍କୀ ଆକ୍ରମଣରେ ପାକିସ୍ତାନକୁ ଏହି ଘଟଣା ପାଇଁ ଦାୟୀ କରିଛନ୍ତି । ସେଥିପାଇଁ ସେମାନେ ୱାଶିଂଟନ ସ୍ଥିତ ପାକିସ୍ତାନୀ ଦୂତାବାସ ସମ୍ମୁଖରେ ମୋର୍ଚ୍ଚା ବାହାର କରିବେ । ପାକିସ୍ତାନର କାନାଡାଈ ନାଗରିକ ତାରିକ କତେହ ଟ୍ୱିଟ କରିଛନ୍ତି, ୨୦୦୮ର ଆଜି ଦିନରେ ଲସ୍କର-ଏ-ତୋଇବାର ପାକିସ୍ତାନୀ ଆତଙ୍କୀ ସମୁଦ୍ର ତଟ ଦେଇ ମୁମ୍ବାଇ ପହଁଚିଥିଲେ । ଏବଂ ୧୬୬ ରୁ ଅଧିକ ନିର୍ଦ୍ଧୋଶ ଲୋକଙ୍କୁ ହତ୍ୟା କରିଥିଲେ । ଏଥି ମଧ୍ୟରୁ କିଛି ଲୋକ ତାଜ ହୋଟେଲ ଓ କିଛି ୟହୁଦୀ ସେଣ୍ଟରରେ ମୃତ୍ୟୁ ବରଣ କରିଥିଲେ ।