କନକ ବ୍ୟୁରୋ : ବଦଳିବ ରୁଷ-ୟୁକ୍ରେନ ଯୁଦ୍ଧର ମୋଡ । ଯୁଦ୍ଧ ଭିତରେ ବଢିବ ୟୁକ୍ରେନର ବଳ । ଖୁବ ଶିଘ୍ର ଆମେରିକା ନିର୍ମିତ ଲଢୁଆ ଯୁଦ୍ଧ ବିମାନ ଏଫ-ସିକ୍ସଟିନ ୟୁକ୍ରେନକୁ ମିଳିବାକୁ ଯାଉଛି । ନାଟୋର ସହଯୋଗୀ ଦେଶ ନେଦରଲ୍ୟାଣ୍ଡ ଓ ଡେନମାର୍କ ଏହି ବଡ ସାମାରିକ ସହାୟତା କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁସାରେ ଏନେଇ ଆମେରିକା ମଧ୍ୟ ମଂଜୁରୀ ଦେଇସାରିଛି । ବିଶ୍ୱର ସବୁଠାରୁ ଭୟ୍ଙ୍କର ଯୁଦ୍ଧ ବିମାନ ହେଉଛି ଏଫ-୧୬ । ଏହା ୧୫ ମିଟର ଲମ୍ବା ଓ ୯.୪୫ ମିଟର ଚଉଡା ଅଟେ । ଉଚ୍ଚତା ୫ମିଟର ରହିଛି । ଏହାର ଓଜନ ୯.୧ ଟନ ଓ ନିଜ ସହ ୨୧.୭ଟନ ଓଜନର ଯୁଦ୍ଧାସ୍ତ୍ର ନେଇ ଉଡିବାକୁ ସକ୍ଷମ । ଘଂଟା ପ୍ରତି ୨ହଜାର ୧୪୫ କିଲୋମିଟର ବେଗରେ ଉଡିପାରେ । ଏହା ସିଙ୍ଗଲ ଇଂଜିନ ଯୁକ୍ତ ଏକ ଶକ୍ତିଶାଳୀ ବିମାନ । ଚତୁର୍ଥ ପିଢ଼ିର ଲଢୁଆ ବିମାନ ଆକାଶ ମାର୍ଗରୁ ଭପୃଷ୍ଠକୁ ଏବଂ ଆକାଶରେ ବି ଟାର୍ଗେଟ କରିପାରେ । ଆମେରିକୀୟ କମ୍ପାନୀ ଲକହିଡ ମାର୍ଟିନ ଏହାକୁ ପ୍ରସ୍ୁତ କରିଛି । ୮୪ କିଲୋମିଟର ରାଡାରରେ ୨୦ରୁ ଅଧିକ ଟାର୍ଗେଟ ଚିହ୍ନଟ କରିପାରିବ ଏଫ-୧୬ ।