ପୁଣି ମୁହାଁମୁହିଁ ଆମେରିକା-ରଷିଆ । ମଝି ଆକାଶରେ ଧ୍ୱଂସ ହେଲା ଆମେରିକା ଡ୍ରୋନ୍ । ରଷିଆ ସେନାର ଆକ୍ରଣରେ ଆମେରିକା ଡ୍ରୋନ୍ ନଷ୍ଟ

249

କନକ ବ୍ୟୁରୋ : ମଝି ଆକାଶରେ ମୁହାଁମୁହିଁ । ଆମେରିକାର ଡ୍ରୋନ ଉପରେ ରଷିଆର ଆକ୍ରମଣ । ଆମେରିକା ସେନା ଜୁଲାଇ ୨୩ର ଏହି ଘଟଣାର ଭିଡିଓ ଜାରି କରି ରୁଷ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ଅତି ନିକଟରୁ ଆମେରିକାର ଏମକ୍ୟୁ ନାଇନ ଡ୍ରୋନକୁ ଆକ୍ରମଣ କରି ଧ୍ୱଂସ କରିଛି ରଷିଆ । ସିରିଆ ଆକାଶରେ ଉଡିବୁଲୁଥିବାବେଳେ ରଷିଆ ସେନାର ଯୁଦ୍ଧ ବିମାନ କିଛି ସମୟ ପାଇଁ ଆମେରିକା ଡ୍ରୋନ ନିକଟରେ ପଇଁତରା ମାରିଥିଲା ଓ ପରେ ଆକ୍ରମଣ କରି ଏହାକୁ ଧ୍ୱଂସ କରିଥିବା ଆମେରିକା ସେନା ଦାବି କରିଛି ।

ମିଳିଥିବା ସୂଚନା ଅନୁସାରେ ସିରିଆରେ ଆମେରିକା ବର୍ତମାନ ଆତଙ୍କୀ ସଂଗଠନ ଆଇଏସ ବିରୋଧରେ ଅପରେସନ କରୁଛି । ଆକାଶମାର୍ଗରୁ ଥାଇ ଆତଙ୍କୀଙ୍କୁ ନିହତ କରୁଛି । ଜୁଲାଇ ୨୩ ତାରିଖରେ ଅପରେସନ କରୁଥିବା ସମୟରେ ହଠାତ ମଝି ଆକାଶରେ ରଷିଆ ବିମାନ ପହଁଚି ଆମେରିକା ଡ୍ରୋନକୁ ନଷ୍ଟ କରିଥିଲା । ଆତଙ୍କୀଙ୍କ ବିରୋଧରେ ଅପରେସନ କରୁଥିବା ଆମେରିକା ଡ୍ରୋନକୁ ରୁଷ କଣ ପାଇଁ ଆକ୍ରମଣ କରି ନଷ୍ଟ କଲା ଏନେଇ ଉଠୁଛି ପ୍ରଶ୍ନ ।