ଆଜି ସର୍ବୋଚ୍ଚ ନେତା ବାଛିବ ସୁପରପାୱାର । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକାବାସୀ । ନିର୍ବାଚନ ଉପରେ ସାରା ବିଶ୍ୱର ନଜର

149

କନକ ବ୍ୟୁରୋ: ଆଜି ସର୍ବୋଚ୍ଚ ନେତା ବାଛିବ ସୁପରପାୱାର ଆମେରିକା । ଆମେରିକୀୟ ସମୟ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ହେବ ଭୋଟ ଗ୍ରହଣ । ଆମେରିକାରେ ପ୍ରାୟ ୨୪ କୋଟି ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୭ କୋଟିରୁ ଅଧିକ ଭୋଟର ମେଲ୍ ଜରିଆରେ ଭୋଟ ଦେଇ ସାରିଛନ୍ତି । ଅବଶିଷ୍ଟ ଭୋଟର ଆଜି ଭୋଟ ଦେବେ । ୫୦ଟି ରାଜ୍ୟରେ ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇ ସାରିଛି ।

ଦେଶର ୪୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ବର୍ତମାନର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ରପବ୍ଲିକାନ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧରେ ଡେମୋକ୍ରାଟିକ ଦଳରୁ ପ୍ରାର୍ଥୀ ହୋଇଛନ୍ତି ଜୋ ବାଇଡେନ୍ । କରୋନା ମହାମାରୀ ମଧ୍ୟରେ ଏହି ନିର୍ବାଚନ ହେବାକୁ ଯାଉଥିବାରୁ ଟ୍ରମ୍ପଙ୍କୁ ଆମେରିକାବାସୀ ପୁଣି ଥରେ ନିର୍ବାଚିତ କରିବେ ନା ବାଇଡେନ ରାଷ୍ଟ୍ରପତି ହେବେ ତାହା ଏଥିରୁ ସ୍ପଷ୍ଟ ହେବ । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ବାସୀ ଏହାରି ଉପରେ ରହିଛି ସାରା ବିଶ୍ୱର ନଜର ।