କନକ ବ୍ୟୁରୋ : ନଭେମ୍ବର ୩ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । ଏଥିପାଇଁ ଶେଷ ପର୍ଯ୍ୟାୟ ପ୍ରଚାରରେ କେବଳ ଗୋଟିଏ ଅପିଲ୍ ଶୁଣିବାକୁ ମିଳିଛି । ତାହାହେଲା ଗେଟ୍ ଆଉଟ ଟୁ ଭୋଟ ଅର୍ଥାତ ଭୋଟ୍ କରିବା ପାଇଁ ବାହାରି ଆସନ୍ତୁ । କେବଳ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନୁହନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ମଧ୍ୟ ସମାନ ନାରା ଦେଇଛନ୍ତି ।

Advertisment

ଆମେରିକାରେ ଏବେ ନିର୍ବାଚନ ପାଇଁ ଜୋରଦାର ପ୍ରତିଦ୍ୱନ୍ଦିତା ଲାଗି ରହିଛି । ଆଉ ନିର୍ବାଚନର ପ୍ରମୁଖ ପ୍ରସଙ୍ଗ ପାଲଟିଛି କରୋନା ମହାମାରୀ । କରୋନା ଟୀକାକୁ ଅସ୍ତ୍ର କରି ପ୍ରଚାରରେ ଲାଗି ପଡିଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନ ।