ଯେକୌଣସି ସମୟରେ ହୋଇପାରେ ବିଶ୍ୱଯୁଦ୍ଧ! ଯଥାଶିଘ୍ର ୟୁକ୍ରେନ୍ ଛାଡିବାକୁ ଆମେରିକୀୟଙ୍କୁ କହିଲେ ବାଇଡେନ୍ ।

ଯେକୌଣସି ସମୟରେ ହୋଇପାରେ ବିଶ୍ୱଯୁଦ୍ଧ! ଯଥାଶିଘ୍ର ୟୁକ୍ରେନ୍ ଛାଡିବାକୁ ଆମେରିକୀୟଙ୍କୁ କହିଲେ ବାଇଡେନ୍ ।

କନକ ବ୍ୟୁରୋ: ଅନେକ ଚେଷ୍ଟା ପରେ ବି ଋଷ ଓ ୟୁକ୍ରେନ୍ ମଧ୍ୟରେ ବିବାଦ ଥମିବାର ନାଁ ନେଉନି । ଏଥିପାଇଁ ଆମେରିକା ମଧ୍ୟ ଏବେ ହରଡଘଣାରେ । ୟୁକ୍ରେନରେ ଥିବା ଆରେିକୀୟଙ୍କୁ ତୁରନ୍ତ ନିଜ ଦେଶକୁ ପଳାଇ ଆସିବାକୁ କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ- ବାଇଡେନ୍ ।

ବର୍ତ୍ତମାନ ସ୍ଥିତି ଏତେ ଗମ୍ଭୀର ହୋଇଛି ଯେ, ଯେକୌଣସି ସମୟରେ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ହେବାର ସମ୍ଭାବନାକୁ ଏଡାଇଦିଆଯାଇନପାରେ । ଯଦି ଏହି ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଆରମ୍ଭ ହୁଏ ତେବେ ଚାହୁଁ ଚାହୁଁ ଏହା ବିଶ୍ୱ ଯୁଦ୍ଧରେ ପରିଣତ ହେବାକୁ ବେଶି ସମୟ ଲାଗିବ ନାହିଁ । କାରଣ । ଏହି ଯୁଦ୍ଧରେ ଆମେରିକା ସହିତ ଅନ୍ୟ ପଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ କରିବେ ଏବଂ ଚୀନ୍ ଋଷକୁ ସମର୍ଥନ କରିବ ବୋଲି କହିଛନ୍ତି ବାଇଡେନ୍ ।

ଆମେରିକାର ରାଷ୍ଟ୍ରପତି ଜୋ ବିଡେନ୍ ନିଜ ନାଗରିକମାନଙ୍କୁ ରୁଷୀୟ ଆକ୍ରମଣର ବଢୁଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ଛାଡିବାକୁ କହିଛନ୍ତି। ଏଏଫପି ସମ୍ବାଦ ଏଜେନ୍ସି ଅନୁଯାୟୀ, ବାଇଡେନ କହିଛନ୍ତି ଯେ ଆମେରିକୀୟ ନାଗରିକମାନେ ଯଥାଶୀଘ୍ର ୟୁକ୍ରେନ ଛାଡିବା ଉଚିତ୍। ୟୁକ୍ରେନରେ ରୁଷୀୟ ଆକ୍ରମଣର ବିପଦକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ବିଡେନ ଏହି ଆବେଦନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୟୁକ୍ରେନ ଉପରେ ଆକ୍ରମଣ ଘଟଣାରେ ରୁଷକୁ ପ୍ରବଳ କ୍ଷତି ସହିବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଥିଲେ ଏହାକୁ ଋଷ ଭ୍ରୁକ୍ଷେପ ନକରି ନିଜ ଜିଦରେ ଅଟଳ ରହିଛି । ସେହିପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଗୁରୁବାର ଦିନ କହିଛନ୍ତି ଯେ ୟୁକ୍ରେନ ସଙ୍କଟ ଗତ କିଛି ଦଶନ୍ଧି ମଧ୍ୟରେ ୟୁରୋପର "ସବୁଠାରୁ ବିପଜ୍ଜନକ ମୁହୂର୍ତ୍ତ"ରେ ପ୍ରବେଶ କରିଛି । ଏହି ସମୟରେ ୟୁକ୍ରେନର ଉତ୍ତରରେ ଅବସ୍ଥିତ ବେଲାରୁଷ ସୈନ୍ୟବାହିନୀର ସାମରିକ କାର୍ୟ୍ୟକଳାପ ସକ୍ରିୟ ରହିଛି ।। ୟୁକ୍ରେନର ସୀମା ନିକଟରେ ଏକ ନିୟୁତରୁ ଅଧିକ ରୁଷୀୟ ସେନା ସଜାଗ ରହିଛନ୍ତି । ଏପରି ସ୍ଥିତିରେ ଋଷ ଓ ୟୁକ୍ରେନର ଯୁଦ୍ଧକୁ ଆଡେଇ ଦେବାଭଳି କିଛି ସ୍ଥିତି ମନେହେଉନାହିଁ ବୋଲି କିଛି ପାଶ୍ଚାତ୍ୟ ରାଷ୍ଟ୍ର ମତ ପ୍ରକାଶ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe