କନକ ବ୍ୟୁରୋ : ଆସନ୍ତାକାଲି ଭାରତ ଗସ୍ତରେ ଆସିବେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ୪ ଦିନିଆ ଗସ୍ତରେ ଆସୁଥିବା ବାଇଡେନ ଭାରତରେ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ଯୋଗଦେବେ । ଭରତ ଗସ୍ତରେ ଆସିବା ପୂର୍ବରୁ ବାଇଡେନଙ୍କ କୋଭିଡ ଟେଷ୍ଟ କରାଯାଇଥିଲା । କୋଭିଡ ରିପୋର୍ଟ ନେଭେଟିଭ୍ ଆସିବା ପରେ ବାଇଡେନ ଭାରତ ଆସିବା ନେଇ ସ୍ପଷ୍ଟ ହୋଇଛି ।

Advertisment

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଇଡେନଙ୍କ ଦ୍ୱିପାକ୍ଷିକ ବୈଠକ ହେବାର ଅଛି । ବାଇଡେନଙ୍କ ପତ୍ନି ତଥା ଫାଷ୍ଟ ଲେଡି ଜିଲ୍ଲି ବାଇଡେନ କୋଭିଡ ପଜିଟିଭ ଚିହ୍ନଟ ପରେ ବାଇଡେନ ମଧ୍ୟ ପଜିଟିଭ ଥିବା ନେଇ ଆଶଙ୍କା ପ୍ରକାଶ ପାଇଥିଲା । ହେଲେ ବାଇଡେନଙ୍କ କୋଭିଡ ରିପୋର୍ଟ ନେଭେଟିଭ ଆସିଥିଲା । ତେବେ ବାଇଡେନ ଭାରତ ଆସିବା ନେଇ ହ୍ୱାଇଟ ହାଉସ ପକ୍ଷରୁ ସୂଚନା ଦିଆଯାଇଛି ।

କିନ୍ତୁ ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ଜି-୨୦ ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି । ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ଜି-୨୦ ସମ୍ମିଳନୀର ଆୟୋଜନ କରାଯାଇଛି । ଆସନ୍ତା ୯ ଏବଂ ୧୦ ତାରିଖ ଦୁଇ ଦିନ ଜି-୨୦ ବୈଠକ ହେବାର ଅଛି । ଏହା ପୂର୍ବରୁ ବିିଭିନ୍ନ ଦେଶ ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।