ୟୁକ୍ରେନ-ଋଷ ବିବାଦକୁ ନେଇ ଆକ୍ସନରେ ଆମେରିକା । ଋଷ ବିରୋଧରେ ଆର୍ଥିକ କଟକଣା ଘୋଷଣା କଲେ ରାଷ୍ଟ୍ରପତି ଜୋ-ବାଇଡେନ

୨ ଅଂଚଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା ପରେ ସେନା ମୁତୟନ କରୁଛି ଋଷ

173

କନକ ବ୍ୟୁରୋ : ଚରମସୀମାରେ ପହଂଚିଛି ୟୁକ୍ରେନ୍-ଋଷ ସଙ୍କଟ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପୂର୍ବ ୟୁକ୍ରେନର ୨ଟି ଅଂଳକୁ ସ୍ୱତନ୍ତ୍ର ରାଷ୍ଟ୍ର ଘୋଷଣା କରିବା ପରେ ସାରା ବିଶ୍ୱର ପ୍ରତିକ୍ରିୟା ପ୍ରକାଶ ପାଇଛି । ୟୁକ୍ରେନ୍-ଋଷ ବିବାଦରେ ଆକ୍ସନକୁ ଆସିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଋଷ ବିରୋଧରେ ଆର୍ଥିକ କଟକଣା ଜାରି କରିଛନ୍ତି । ପଶ୍ଚିମ ଦେଶ ସହ ଆଉ ବ୍ୟବସାୟ କରିବେ ନାହିଁ ବୋଲି କହିଛନ୍ତି ବାଇଡେନ୍ ।

ଏହା ସହ ଋଷକୁ ପଶ୍ଚିମ ଦେଶରୁ ମିଳୁଥିବା ସହାୟତା ଉପରେ ମଧ୍ୟ ରୋକ୍ ଲଗାଯିବ । ଋଷ ପକ୍ଷରୁ ଅର୍ନ୍ତରାଷ୍ଟ୍ରୀୟ ଆଇନର ଲଗାତର ଉଲ୍ଲଙ୍ଘନ କରାଯାଉଥିବା କହିଛନ୍ତି ବାଇଡେନ୍ । ବିଶ୍ୱବ୍ୟାପୀ ବିଭିନ୍ନ ରାଷ୍ଟ୍ରର ନେତାମାନେ ଋଷ ବିରୋଧରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି । ଆମେରିକା ବିଦେଶ ସଚିବ ଆଂଟୋନୀ ବ୍ଲିଙ୍କେନ୍ କହିଛନ୍ତି, ଆମେରିକା ପୁଟିନଙ୍କ ନିଷ୍ପତ୍ତି ବିରୋଧରେ ସଠିକ୍ ପଦକ୍ଷେପ ଗ୍ରହଣ କରାଯିବ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ୍ ଜରୁରୀ ଜାତିସଂଘ ସୁରକ୍ଷା ପରିଷଦ ବୈଠକ ପାଇଁ ଦାବି କରିଛନ୍ତି ।