କନକ ବ୍ୟୁରୋ : ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଏନେଇ ସେ ଆମେରିକାରୁ ନିଜ ବିମାନରେ ବାହାରି ସାରିଛନ୍ତି । ଆଜି ସଂଧ୍ୟାରେ ବାଇଡେନ ଭାରତରେ ପହଞ୍ଚିବେ । ଏହା ପରେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ଜି-୨୦ ବୈଠକରେ ସାମିଲ ହେବାକୁ ଆମେରିକା ରାଷ୍ଟ୍ରପତି ଭାରତ ଆସୁଛନ୍ତି ।

Advertisment

୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ବସୁଛି । ଏଥିରେ ସାମିଲ ହେବାକୁ ବିଭିନ୍ନ ଦେଶର ନେତାମାନେ ଭାରତରେ ପହଞ୍ଚିବାରେ ଲାଗିଛନ୍ତି । ତେବେ ଚୀନ୍ ରାଷ୍ଟ୍ରପତି ସି-ଜିନପିଙ୍ଗ ଦିଲ୍ଲୀରେ ହେବାକୁ ଥିବା ଜି-୨୦ ବୈଠକରେ ସାମିଲ ହେଉ ନାହାନ୍ତି । ବରଂ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଏଥିରେ ସାମିଲ ହେବେ । ସେହିପରି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ନୂଆଦିଲ୍ଲୀ ଆସୁନାହାନ୍ତି ।

ଆମେରକା ରାଷ୍ଟ୍ରପତି ଜୋ ବାଇଡେନ ଆସିବା ପୂର୍ବରୁ ତାଙ୍କର ଅଫିସିଆଲ କାର ‘ଦି ବିଷ୍ଟ’ ନୂଆଦିଲ୍ଲୀରେ ପହଞ୍ଚି ସାରିଛି । ବାଇଡେନଙ୍କ ସୁରକ୍ଷା ପାଇଁ ଭାରତର ସୁରକ୍ଷା ଏଜେନ୍ସି ସହ ଆମେରିକା ସିକ୍ରେଟ ସର୍ଭିସର ୩ ଶହ ସ୍ପେଶାଲ କମାଣ୍ଡୋ ଉପସ୍ଥିତ ରହିବେ । ଏହା ସହ ବାଇଡେନଙ୍କ କାରକେଡରେ ୫୦ରୁ ଅଧିକ ଗାଡି ରହିବ ବୋଲି ସୂଚନା ମିଳିଛି । ଏଥିରେ ତାଙ୍କର ଅଫିସିଆଲ କାର ‘ଦି ବିଷ୍ଟ’ ବି ସାମିଲ ରହିଛି । ଏହି କାରକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କାର ବୋଲି କୁହାଯାଇଥାଏ ।

ଆମେରିକା ରାଷ୍ଟ୍ରପତିଙ୍କ କାର ‘ଦି ବିଷ୍ଟ’ର ଅନେକ ସ୍ୱତନ୍ତ୍ରତା ରହିଛି । ଜାଣନ୍ତୁ ‘ଦି ବିଷ୍ଟ’ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା ।

ଆମେରିକା ରାଷ୍ଟ୍ରପତିଙ୍କ ଅଫିସିଆଲ କାର ହେଉଛି ‘ଦି ବିଷ୍ଟ’
‘ଦି ବିଷ୍ଟ’କୁ ବିଶ୍ୱର ସବୁଠାରୁ ସୁରକ୍ଷିତ କାର ବୋଲି କୁହାଯାଏ
‘ଦି ବିଷ୍ଟ’ ହେଉଛି ସଂପୂର୍ଣ୍ଣ ବୁଲେଟ ପ୍ରୁଫ୍ କାର୍
ବାଲାଷ୍ଟିକ ଷ୍ଟିଲ ଅପେକ୍ଷା ଏହା ୧୦ ଗୁଣା ଅଧିକ ମଜଭୁତ
ଏହାର ପ୍ରବେଶ ପଥ, ଝରକା ସମେତ କୌଣସି ବି ଅଂଶରେ ଗୁଳି ବାଜିପାରିବ ନାହିଁ
ଏହି କାର ଉପରେ ଗୁଳି ବା କେମିକାଲର କୌଣସି ପ୍ରଭାବ ପଡେନି
ଚକ ପଂଚର ହେଲେ ୫୦ କିମି ଯାଏଁ ଯାଇପାରିବ
ବିଷ୍ଟର ଲମ୍ବା ୧୮ ଫୁଟ ଓ ଓଜନ ସାଢେ ୭ ଟନ୍
ବଡି ୮ ଇଂଚ ଓ ବୁଲେଟ ପ୍ରୁଫ କାଚ ୫ ଇଂଚ ମୋଟେଇ
କେହି ସୁରକ୍ଷା କବଚ ଭେଦ କଲେ, ୧୨୦ ଭୋଲ୍ଟର କଂରେଟ ମାରିବ
କାରରେ ଅଛି ଜିପିଏସ ଟ୍ରାକର, ପ୍ୟାନିକ ବଟନ ଓ ଏକ ସାଟେଲାଇଟ ଫୋନ
ଫୋନ ସବୁବେଳେ ପେଂଟାଗନ ସହ କନେକ୍ଟ ହୋଇ ରହିଥାଏ
କାରରେ ଅକ୍ସିଜେନ ସପୋର୍ଟ ରହିଛି
ରାଷ୍ଟ୍ରପତିଙ୍କ ବ୍ଲଡଗ୍ରୁପର ବ୍ଲଡ ସବୁବେଳେ କାରରେ ରହିଥାଏ
‘ଦି ବିଷ୍ଟ’ର ଦାମ ହେଉଛି ପାଖାପଖି ୧୦ କୋଟି
ଜରୁରୀକାଳୀନ ସ୍ଥିତିରେ କାର ପଛରୁ ଧୂଆଁ ବାହାରିଥାଏ
ଆକ୍ରମଣକାରୀ ପିଛା କଲେ ‘ଦି ବିଷ୍ଟ’ ଚକମା ଦେବାର କ୍ଷମତା ରଖିଛି