କନକ ବ୍ୟୁରୋ: ଅଳ୍ପକେ ବର୍ତ୍ତିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଓ ପତ୍ନୀ । ଜୋ ବାଇଡେନଙ୍କ କାରକୁ ଧକ୍କା ଦେଇଛି ସହ ଏକ ଏସୟୁଭି କାର । ବିଳମ୍ବିତ ରାତିରେ ଡେଲାୱେରର ୱିଲମିଙ୍ଗଟନରେ ଏହି ଦୁର୍ଘଟଣା ଘଟିଛି । ବାଇଡେନ ଏବଂ ତାଙ୍କ ପତ୍ନୀ ଜିଲ ବାଇଡେନ ଏକ କାର୍ଯ୍ୟକ୍ରମରୁ ଫେରୁଥିବା ବେଳେ ତାଙ୍କ କାର ଧକ୍କାର ଶିକାର ହୋଇଛି ।

Advertisment

ବାଇଡେନ ଏବଂ ତାଙ୍କ ପତ୍ନୀ ସୁରକ୍ଷିତ ଅଛନ୍ତି । ସେମାନଙ୍କ ମଧ୍ୟରୁ କାହାରି କିଛି କ୍ଷତି ହୋଇ ନାହିଁ । ଦୁର୍ଘଟଣା ପରେ ବାଇଡେନଙ୍କ ସିକ୍ରେଟ ସର୍ଭିସ ଏଜେନ୍ସିମାନେ ଧକ୍କା ଦେଇଥିବା ଡ୍ରାଇଭରକୁ ବନ୍ଧୁକ ଦେଖାଇଥିଲେ । ଏବେ ତାଙ୍କୁ ପଚରାଉଚରା ଚାଲିଛି । ହ୍ୱାଇଟ୍ ହାଉସର ରିପୋର୍ଟ ଅନୁଯାୟୀ, ବାଇଡେନ ତାଙ୍କ ନିର୍ବାଚନ ପ୍ରଚାର ସଂକ୍ରାନ୍ତୀୟ କାର୍ଯ୍ୟରେ ଥିଲେ । ଦୁର୍ଘଟଣାର ସମ୍ମୁଖୀନ ହୋଇଥିବା କାରର ବମ୍ପର କ୍ଷତିଗ୍ରସ୍ତ ହୋଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଘଟଣା ପରେ ବାଇଡେନ ସୁରକ୍ଷିତ ଭାବେ ତାଙ୍କ ଘରକୁ ଫେରିଥିଲେ । ଏବେ ପ୍ରଶ୍ନ ଉୁଠିଛି ଯେ କିଭଳି ସୁରକ୍ଷା ଭେଦ କରି କାରଟି ଆସି ବାଇଡେନଙ୍କ କାରକୁ ଧକ୍କା ଦେଲା । ଧକ୍କା ଦେଇଥିବା ଗାଡି ଚାଳକଙ୍କର ଅନ୍ୟ କିଛି ଉଦ୍ଦେଶ୍ୟ ଥିଲା କି ତାହା ମଧ୍ୟ ଏବେ ବଡ ପ୍ରଶ୍ନ ।