ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଆମେରିକାବାସୀଙ୍କ ବାଇଡେନଙ୍କ ସମ୍ବୋଧନ: କହିଲେ, ରେଡ-ବ୍ଲୁ ନୁହେଁ ସଂଯୁକ୍ତ ଆମେରିକା ତିଆରି କରିବେ; ବାଂଟିବା ନୁହେଁ ଯୋଡିବା ହେବ ପ୍ରାଥମିକତା

ବାଣଫୁଟାଇ ସମର୍ଥକଙ୍କ ଜୋରଦାର ସ୍ୱାଗତ

343

କନକ ବ୍ୟୁରୋ: ବାଇଡ଼େନ୍ ତାଙ୍କର ଏହି ବିଜୟକୁ ଐତିହାସିକ ବୋଲି କହିଛନ୍ତି । ରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ଦେଶବାସୀଙ୍କ ପ୍ରଥମ ସମ୍ବୋଧନରେ କହିଛନ୍ତି, ରାଷ୍ଟ୍ରପତି ଭାବେ ଦେଶକୁ ସେ ବ୍ଲୁ ଏବଂ ରେଡ଼ ଷ୍ଟେଟ ଭାବେ ଦେଖିବେ ନାହିଁ କେବଳ ୟୁନାଇଡ଼େ ଷ୍ଟେଟ ଅଫ ଆମେରିକା ଭାବେ ଦେଖିବେ । ବାଟଂଟିବା ନୁହେଁ ଯୋଡିବା ହେବ ପ୍ରାଥମିକତା । ଆମେରିକାବାସୀ ତାଙ୍କ ଉପରେ ବିଶ୍ୱାସ କରିଥିବାରୁ ସେ କୃତଜ୍ଞତା ଜଣାଇଛନ୍ତି । ଆମ ପାଖରେ ଏକ ସୁନ୍ଦର ଭବିଷ୍ୟତ ନିର୍ମାଣ କରିବାର ଶକ୍ତି ରହିଛି ବୋଲି କହିଛନ୍ତି ବାଇଡ଼େନ୍ ।

ଆମେରିକାକୁ ମିଳିଲା ନୂଆ ରାଷ୍ଟ୍ରପତି । ବିଜୟୀ ହୋଇଛନ୍ତି ଡେମୋକ୍ରାଟିକ ଦଳର ପ୍ରାର୍ଥୀ ଜୋ ବାଇଡେନ୍ । ପେନସିଲଭାନିଆରେ ବିଜୟୀ ହେବା ପରେ ବାଇଡେନ୍ ମ୍ୟାଜିକ ନମ୍ବର ଟପି ଯାଇଛନ୍ତି । ବହୁମତ ପାଇଁ ୨୭୦ ଇଲେକଟୋରାଲ ଭୋଟ ରହିଥିବାବେଳେ ଶେଷ ଖବର ସୁଦ୍ଧା ବାଇଡେନଙ୍କୁ ୨୭୩ ଭୋଟ ମିଳି ସାରିଛି । ତେବେ କିଛି ଗଣମାଧ୍ୟମରେ ୨୯୦ ଇଲେକଟୋରାଲ ଭୋଟ ମିଳିଥିବା ମଧ୍ୟ ନେଇ ଖବର ଆସୁଛି । ସେପଟେ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୧୪ ଇଲୋକ୍ଟରାଲ ଭୋଟ୍ ସହିତ ବହୁତ ପଛରେ ରହିଥିଲେ ବି ନିଜର ବିଜୟ ଦାବିକୁ ଦୋହରାଇଛନ୍ତି । ବାଇଡେନଙ୍କ ବିଜୟ ସହ ଆମେରିକାରେ ଏକ ନୁଆ ଅଧ୍ୟାୟ ଆରମ୍ଭ ହୋଇଛି ।

ହ୍ୱାଇଟ ହାଉସରେ ଟ୍ରମ୍ପ ଶାସନର ଅନ୍ତ ଘଟିଛି ଓ ଡେମୋକ୍ରାଟିକ ଦଳ ପୁଣି କ୍ଷମତାକୁ ଫେରିଛି । ସେହିପରି ୧୯୯୨ ମସିହା ପରେ ଟ୍ରମ୍ପ ଦ୍ୱିତୀୟ ଥର ରାଷ୍ଟ୍ରପ୍ରତି ନିର୍ବାଚିତ ନହେବାର ପ୍ରଥମ ରାଷ୍ଟ୍ରପତି ବିବେଚିତ ହୋଇଛନ୍ତି । ବିଜୟୀ ହେବା ପରେ ବାଇଡେନ୍ ଦେଶବାସୀଙ୍କୁ ତାଙ୍କର କୃତଜ୍ଞତା ଜଣାଇଛନ୍ତି । ଦେଶବାସୀଙ୍କ ପ୍ରତିଶ୍ରୁତି ଦେଇ ସେ କହିଛନ୍ତି, ସମସ୍ତ ଆମେରିକାବାସୀଙ୍କର ରାଷ୍ଟ୍ରପତି ଭାବେ ସେ କାମ କରିବେ । ଦେଶ ଏକଜୁଟ ହୋଇ ଆଗକୁ ବଢିବାକୁ ହେବ ବୋଲି ବାଇଡେନ କହିଛନ୍ତି । ଏଥିସହ ଭାରତୀୟ ବଂଶୋଦ୍ଭବ କମଳା ହାରିସ ଉପରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଏହି ପଦବି ଗ୍ରହଣ କରିବା ସେ ହେବେ ଆମେରିକାର ପ୍ରଥମ ମହିଳା ।