ସଙ୍ଗରୋଧରେ ଗଲେ ଆମେରିକା ରାଷ୍ଟ୍ରପତି : ବ୍ୟକ୍ତିଗତ ସଚିବ କରୋନା ପଜିଟିଭ ଚିହ୍ନଟ ପରେ ପଦକ୍ଷେପ; ମେଲାନିଆ ଓ ଟ୍ରମ୍ପଙ୍କ କରୋନା ରିପୋର୍ଟକୁ ଅପେକ୍ଷା

151

କନକ ବ୍ୟୁରୋ : ସଙ୍ଗରୋଧରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ପରାମର୍ଶଦାତା ହୋପ୍ ହିକ୍ କରୋନା ପଜିଟିଭ୍ ଚିହ୍ନଟ । ଏହା ପରେ ପରେ, ଟ୍ରମ୍ପ ନିଜକୁ କ୍ୱାରେଂଟାଇନ୍ କରି ନେଇଛନ୍ତି । ଟ୍ରମ୍ପଙ୍କ ସହିତ ତାଙ୍କର ପତ୍ନୀ ମେଲାନିଆ ଟ୍ରମ୍ପ ମଧ୍ୟ ଏବେ ସଂଗରୋଧରେ ରହିଛନ୍ତି ।

ବର୍ତ୍ତମାନ ଆମେରିକାରେ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏପରି କରୋନା ପଜିଟିଭ୍ ଖବର ଟ୍ରମ୍ପଙ୍କ ପାଇଁ ଚିନ୍ତା ବଢାଇ ଦେଇଛି । ପ୍ରଚାର କାମରେ ଏହା ଟ୍ରମ୍ପଙ୍କ ପାଇଁ ହେବ ବଡ ବାଧକ । ବର୍ତ୍ତମାନ ଆମେରିକାରେ ନିର୍ବାଚନ ଋତୁ । ହୋପ୍ ହିକ୍ , ଆମେରିକା ରାଷ୍ଟ୍ରପତିଙ୍କ ସହିତ ଏୟାରଫୋର୍ସ ୱାନରେ ସବୁ ସ୍ଥାନକୁ ଗସ୍ତ କରୁଛନ୍ତି । ନିକଟରେ ପ୍ରେସିଡେଂଟ ଡିବେଟ ପାଇଁ ହୋପ୍ ହିକ୍ , ଟ୍ରମ୍ପଙ୍କ ସହିତ କ୍ଲିଓଲାଣ୍ଡ ଗସ୍ତ କରିଥିଲେ । ଏହା ପରେ ତାଙ୍କ ଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା ।

ପରୀକ୍ଷା କରାଇବାରୁ ରିପୋର୍ଟ ପଜିଟିଭ୍ ଆସିଛି । ନିଜପ ବ୍ୟକ୍ତିଗତ ପରାମର୍ଶଦାତାଙ୍କୁ କରୋନା ପଜିଟିଭ୍ ଖବରକୁ ନିଜେ ଆମେରିକା ରାଷ୍ଟ୍ରପତି ଡୋଲାଲ୍ଡ ଟ୍ରମ୍ପ ଟୁଇଟ୍ କରି ଜଣାଇଛନ୍ତି । ଆମେରିକା ରାଷ୍ଟ୍ରପତି ଓ ତାଙ୍କର ପତ୍ନୀ କରୋନା ପରୀକ୍ଷା ରିପୋର୍ଟକୁ ଅପେକ୍ଷା କରିଥିବା ଟ୍ରମ୍ପ ଟୁଇଟ୍ ରେ ଉଲ୍ଲେଖ କରିଛନ୍ତି । ଏହା ଆଗରୁ ସେ ନିଜକୁ ସଙ୍ଗରୋଧ କରିଦେଇଥିବା କହିଛନ୍ତି ।