ନୋବେଲ୍ ପୁରଷ୍କାରକୁ ନେଇ ଦୁୁଃଖରେ ଆମେରିକା ରାଷ୍ଟ୍ରପତି ! ଗଣମାଧ୍ୟମ ଆଗରେ କହିଲେ ଓବାମାଙ୍କୁ ମିଳିଲା ମୋତେ କାହିଁ ନୁହଁ

590

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ୍ ଶାନ୍ତି ପୁରଷ୍କାର ନ ମିଳିବାର ଦୁଃଖ ରହିଛି । ସେ ପୁରଷ୍କାର ଚୟନ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯଦି ନିରପେକ୍ଷ ଦୃଷ୍ଟିରୁ ଦେଖାଯାଏ ତେବେ ମୁଁ ଅନେକ କ୍ଷେତ୍ରରେ ଏହି ପୁରଷ୍କାରର ଯୋଗ୍ୟ ବିବେଚିତ ହୋଇପାରିଥାନ୍ତି । ୨୦୦୯ ରେ ଆମେରିକା ପୂର୍ବ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ନୋବେଲ୍ ପୁରଷ୍କାର ମିଳିବା ଘଟଣାରେ ମଧ୍ୟ ସେ ଆପତ୍ତି ଉଠାଇଛନ୍ତି । ଟ୍ରମ୍ପ କହିବା ଅନୁସାରେ , ଓବାମାଙ୍କୁ ରାଷ୍ଟ୍ରପତି ହେବା କ୍ଷଣି ପୁରଷ୍କାର ମିଳିଗଲା ତେବେ କାହିଁକି ମିଳିଲା ତାହା କେହି ଜାଣିନାହାନ୍ତି ।

ନ୍ୟୁୟର୍କରେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଙ୍କ ସହ ସାକ୍ଷାତକାର ସମୟରେ ଟ୍ରମ୍ପ ଏହି କଥା କହିଥିଲେ । ପାକ୍ ର ଜଣେ ପତ୍ରକାର ସାକ୍ଷାତକାର ସମୟରେ ଟ୍ରମ୍ପଙ୍କୁ କହିଥିଲେ ଯଦି ଆପଣ କାଶ୍ମୀର ସମସ୍ୟାକୁ ସମାଧାନ କରିପାରିବେ ତେବେ ନୋବେଲ୍ ପୁରଷ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇପାରିବେ । ଏହି କଥାକୁ ନେଇ ଟ୍ରମ୍ପ କହିଥିଲେ ଯଦି ନିରପେକ୍ଷ ରୁପରେ ଦେଖାଯାଏ ମୋତେ ଅନେକ କ୍ଷେତ୍ରରେ ନୋବେଲ୍ ପୁରଷ୍କାର ମିଳିପାରିବ । ଆପଣଙ୍କୁ କହିରଖୁଛୁ ୨୦୦୯ ରେ ଆମେରିକା ପୂର୍ବ ରାଷ୍ଟ୍ରପତି ବାରାକ୍ ଓବାମାଙ୍କୁ ବିଶ୍ୱଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରିବାକୁ ନେଇ ନୋବେଲ୍ ପୁରଷ୍କାର ସମ୍ମାନ ଦିଆଯାଇଥିଲା ।