କନକ ବ୍ୟୁରୋ: ଭିସା କଟକଣା ଲଗାଇଲା ଆମେରିକା । ଡିସେମ୍ୱର ୩୧ ଯାଏଁ ମିଳିବନି ଏଚ ୧ ବି, ଏଚ୍ ୪ ଏବଂ ଏଲ୍ ୧ ଭୀସା । ଫଳରେ ଏହି କାରଣରୁ ଅଧିକ ପ୍ରଭାବିତ ହେବେ ଭାରତୀୟ । ବର୍ତମାନ କରୋନା କାରଣରୁ ଲକ୍ଷ ଲକ୍ଷ ଆମେରିକୀୟ ସେମାନଙ୍କର ନିଯୁକ୍ତି ହରାଉଛନ୍ତି । ଏହି କାରଣରୁ ଚଳିତ ବର୍ଷ ଆଗାମୀ ଡିସେମ୍ୱର ୩୧ ଯାଏଁ ଭାରତୀୟଙ୍କ ଭୀସା ଉପରେ କଟକଣା ଲଗାଇ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Advertisment

ଟ୍ରମ୍ପଙ୍କ ଏହି ଘୋଷଣା ଅନୁସାରେ ଚଳିତ ବର୍ଷ ଶେଷ ଯାଏଁ କୌଣସୀ ବିଦେଶୀଙ୍କୁ ଆମେରିକାରେ ନିଯୁକ୍ତି ପାଇଁ ଭୀସା ପ୍ରଦାନ କରାଯିବ ନାହିଁ । ଟ୍ରମ୍ପ ସୂଚନା ଦେଇଛନ୍ତି ଯେଉଁ ସବୁ ପ୍ରମୁଖ କ୍ଷେତ୍ରରେ ପ୍ରମୁଖ କମ୍ପାନୀ ଗୁଡିକ ଏଚୱାନ୍ ଏବଂ ଏଲୱାନ ଭିସା ମାଗୁଛନ୍ତି , ସେହି ସବୁ କମ୍ପାନୀରୁ ଗତ ଫେବ୍ରୁଆରୀରୁ ଏପ୍ରିଲ ଭିତରେ ୨ କୋଟି ଆମେରିକୀୟ ନିଯୁକ୍ତି ହରାଇଛନ୍ତି । ଏଚ ୧ ଓ ଏଲ ୧ ଭୀସା କାରଣରୁ ଆମେରିକାରେ ମଧ୍ୟ କରୋନା ବିସ୍ତାର ହେବାର ସଂଭାବନା ଅଧିକ ରହିଛି । ତେଣୁ ଆମେରିକା ବିଦେଶୀ ଭୀସା ଉପରେ କଟକଣା ଲଗାଇଛି । ଆମେରିକାରେ ଆଜି ଠାରୁ ଏହି ଭୀସା କଟକଣା ଲାଗୁ ହେଉଛି ।

ଆମେରିକୀୟଙ୍କ ତୁଳନାରେ ବିଦେଶୀଙ୍କୁ କମ୍ ଦରମାରେ ନିଯୁକ୍ତି ମିଳୁଥିବାରୁ କମ୍ପାନୀ ଗୁଡିକ ଆମେରିକୀୟଙ୍କୁ ବିଦା କରି ବିଦେଶୀଙ୍କୁ ନିଯୁକ୍ତି ଦେଇଥାନ୍ତି । ଏବେ ଆମେରିକୀୟଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ବିଦେଶୀଙ୍କୁ ଭିସା ଉପରେ ପୁରା କଟକଣା ଲଗାଇଛି ଟ୍ରମ୍ପ ପ୍ରଶାସନ । ଟ୍ରମ୍ପଙ୍କ ଏହି ଭୀସା କଟକଣା ପରେ ଆମେରିକାର ପ୍ରଯୁକ୍ତି କମ୍ପାନୀ ଗୁଡିକ ଅଧିକ କ୍ଷତି ସହିବେ ।