ଭାରତକୁ ଆମେରିକା ସୁଝିବ ୨୧୬ବିଲିୟନ ଡଲାର । ୨୦୨୦ ସୁଦ୍ଧା ଆମେରିକାର ଋଣ ବୋଝ ୨୩ଲକ୍ଷ ୪୦ହଜାର କୋଟି

396
କନକ ବ୍ୟୁରୋ : ବିଶ୍ୱର ସର୍ବବୃହତ ଅର୍ଥନୀତି କୁହାଯାଉଥିବା ଆମେରିକାର ଗତ ଦୁଇ ଦଶନ୍ଧି ଧରି ଋଣ ଭାର ଦ୍ରୁତ ଗତିରେ ବଢିବାକୁ ଲାଗିଛି ।  ୨୦୨୦ ସୁଦ୍ଧା ଆମେରିକାର ଋଣ ବୋଝ ୨୩ଲକ୍ଷ ୪୦ହଜାର କୋଟି ଡଲାରରେ ପହଂଚିଛି । ଅର୍ଥାତ ପ୍ରତି ଆମେରିକୀୟ ମୁଣ୍ଡ ଉପରେ ୭୨ହଜାର ୩୦୯ଡଲାରର ଋଣ ରହିଛି । ଆମେରିକା ଭାରତରୁ ମଧ୍ୟ ଋଣ କରିଛି ।
ଭାରତକୁ ଆମେରିକା ୨୧୬ବିଲିଅନ ଡଲାର ଋଣ ଶୁଝିବ । ଏହାସହ ସୁପରପାୱାର ଆମେରିକା, ଚୀନ୍ ଓ ଜାପାନ ସହ ମୁହାଁମୁହିଁ ହେଉଥିଲେ ବି ଦୁଇ ଦେଶରୁ ସର୍ବାଧିକ ଋଣ କରିଛି । ଚୀନ୍ ସହିତ ଆମେରିକା ବିଶ୍ୱସ୍ତରରେ ପ୍ରତିଯୋଗିତା କରୁଛି । କିନ୍ତୁ ଏହି ଦେଶରୁ ଆମେରିକାର ଋଣ ୧ଲକ୍ଷ କୋଟି ଡଲାରରୁ ଅଧିକ ରହିଛି । ଏନେଇ ଆମେରିକାର ଜଣେ ସାଂସଦ ସୂଚନା ଦେବା ସହ ବର୍ଦ୍ଧିତ ଋଣକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ସାଂସଦ ଆଲେକ୍ସ ମ୍ୟୁନିଙ୍କ ସୂଚନା ଅନୁଯାୟୀ ଆମେରିକାର ଋଣ ବୋଝ ୨୯ଲକ୍ଷ କୋଟି ଡଲାରକୁ ବୃଦ୍ଧି ପାଇବାକୁ ଯାଉଛି । ଏପରିକି ବ୍ରାଜିଲକୁ ଆମେରିକା ୨୫୮ବିଲିଅନ ଡଲାର ଋଣ ସୁଝିବାକୁ ଅଛି । ଆମେରିକା ଋଣ ନେଇଥିବା ଦେଶ ଗୁଡିକର ତାଲିକା ବେଶ ଲମ୍ବା ଥିବା ଜଣାପଡିଛି ।