କନକ ବ୍ୟୁରୋ: ଲ୍ୟାଣ୍ଡିଙ୍ଗ ସମୟରେ ବିମାନ ଏଭଳି ଦୁର୍ଘଟଣାର ଶିକାର ଲା ଯେ ସିଧା ଯାଇ ସମୁଦ୍ର ଭିତରେ । ହେଲେ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ସମସ୍ତେ ପହଁରି ପହଁରି କୂଳକୁ ଆସୁଥିବାବେଳେ ରେସ୍କ୍ୟୁ ଟିମ୍ ସେମାନଙ୍କୁ ଉଦ୍ଧାର କରିଥିଲେ ।

Advertisment

ସୂଚନା ମୁତାବକ, ଘଟଣା ସୋମବାର ଦ୍ୱିପହରର । ଆମେରିକା ନୌସେନାର ଏକ ସର୍ଭିଲାନ୍ସ ଏୟାରକ୍ରାଫ୍ଟ ଲ୍ୟାଣ୍ଡିଙ୍ଗ କରିବା ସମୟରେ ଏଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯିବାରୁ ଏହା ଭାରସାମ୍ୟ ରକ୍ଷା କରିନପାରି ସମୁଦ୍ର ସଂଲଗ୍ନ ଏକ ଦ୍ୱୀପ ଭିରତକୁ ମାଡିଯାଇଥିଲା । ଏହା ଆମେରିକା ନୌସେନାର ବୋଇଙ୍ଗ ପୋସିଡନ୍ ୮ ଏ ।ଏଥିରେ ପାଇଲଟ୍ ସମେତ ୯ଜଣ ଯାତ୍ରୀ ଥିଲେ ।
ପ୍ରାଥମିକ ଯାଞ୍ଚ ମୁତାବକ, ମେଘୁଆ ପାଗ ସହ ଦୃଶ୍ୟମାନତା କମ୍ ଥିବାରୁ ବିମାନ ଳ୍ୟାଣ୍ଡି କରିବାରେ ସମସ୍ୟା ହୋଇଥିଲା । ଏପରି ସ୍ଥିତିରେ ପାଇଲଟ୍ ଭାରସାମ୍ୟ ରକ୍ଷା କରିପାରିନଥିଲେ । କେବଳ ଏତିକି ନୁହେଁ ବିମାନଟି ଅବତରଣ କରିବା ସମୟରେ ସାମନ୍ୟ ଠାରୁ ଅଧିକ ବେଗରେ ପବନ ମଧ୍ୟ ବହୁଥିଲା । ଏସବୁ ବିମାନ ଅଘଟଣର କାରଣ ବୋଲି କୁହାଯାଉଛି ।