ଦୁଇବର୍ଷରେ ବନିଯିବ ଆମେରିକା ଭଳି ରାସ୍ତା, ରାଜ୍ୟସଭାରେ ବଡ ବୟାନ ରଖିଲେ ଗଡକରୀ

446

କନକ ବ୍ୟୁରୋ : ଦେଶରେ ଖରାପ ସଡକ ବ୍ୟବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଥିବା ବେଳେ ରାଜ୍ୟସଭା ପ୍ରଶ୍ନକାଳରେ ବଡ ବୟାନ ଦେଇଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ । ରାଜ୍ୟସଭାରେ ସେ କହିଛନ୍ତି, ମାତ୍ର ଦୁଇବର୍ଷ ମଧ୍ୟରେ ଭାରତ ରାସ୍ତା ଆମେରିକା ଭଳି ହୋଇଯିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଟଙ୍କାର ଅଭାବ ନାହିଁ ।
କେନ୍ଦ୍ରମନ୍ତ୍ରୀ ନିତିନ ଗଡକରି କହିଛନ୍ତି, ୨୦୨୪ ସୁଦ୍ଧା ଭାରତର ଭିତିଭୂମୀ ଆମେରିକାଠାରୁ ଭଲ ହେବ । ମୁଁ ପ୍ରତିଶ୍ରୁତି ଦେଉଛି, ୨୦୨୪ ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତର ସଡକ ବ୍ୟବସ୍ଥା ଆମେରିକା ଭଳି ହୋଇଯିବ । ଆସନ୍ତା ୩ବର୍ଷ ମଧ୍ୟରେ ୨୬ଟି ଏକ୍ସପ୍ରେସ୍-ୱେ ତିଆରି କରିବା ପାଇଁ ଯୋଜନା ରଖାଯାଇଛି । ଏହି ହାଇୱେ ତିଆରି ହେବା ପରେ ଯାତାୟତ ଏକପ୍ରକାର ସହଜ ହୋଇଯିବ । ଦିଲ୍ଲୀରୁ ଚଣ୍ଡିଗଡ ପହଞ୍ଚିବାକୁ ମାତ୍ର ୨.୫ ଘଣ୍ଟା ଲାଗିବ । ସେହିପରି ଦିଲ୍ଲୀରୁ ଅମୃତସର ଯିବା ପାଇଁ ୪ଘଣ୍ଟା, ଦିଲ୍ଲୀରୁ କତାର ୬ଘଣ୍ଟା, ଦିଲ୍ଲୀରୁ ଶ୍ରୀନଗର ୮ଘଣ୍ଟା ଏବଂ ଦିଲ୍ଲୀରୁ ମୁମ୍ବାଇ ପହଞ୍ଚିବା ପାଇଁ ୧୨ଘଣ୍ଟା ଲାଗିବ । ଏହାସହିତ ଚେନ୍ନାଇରୁ ବାଂଗାଲୋର ପର୍ଯ୍ୟନ୍ତ ଯାତ୍ରା ବି ମାତ୍ର ଦୁଇଘଣ୍ଟାରେ ପାର କରିହେବ ।
ରାଜ୍ୟସଭାରେ ନିତିନ ଗଡକରୀ ଆହୁରି ମଧ୍ୟ କହିଛନ୍ତି କି, ଦେଶରେ ସଡକ ବ୍ୟବସ୍ଥାର ବିସ୍ତାର ଲଗାତାର ହୋଇଚାଲିଛି । ପ୍ରତିବର୍ଷ ୫ଲକ୍ଷ କିଲୋମିଟର ପର୍ଯ୍ୟନ୍ତ ସଡକ ତିଆରି କରାଯିବା ନେଇ ଯୋଜନା ରଖାଯାଇଥିବା ରାଜ୍ୟସଭାରେ କହିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ୍ ଗଡକରୀ