ଜୋର୍ଡାନ ଆକ୍ରମଣର ପାଲଟା ଜବାବ ଦେଲା ଆମେରିକା । ସିରିଆ-ଇରାକ ଉପରେ ବୋମାବର୍ଷା

1,254

କନକ ବ୍ୟୁରୋ : ନିଜ ସେନା ଉପରେ ଆକ୍ରମଣ ପରେ ରକ୍ତମୁଖା ଆମେରିକା । ସିରିଆ ଓ ଇରାକ ସମର୍ଥିତ ଆତଙ୍କୀ ସଗଂଠନ ମିଲିସିଆ ଏବଂ ଇରାନୀ ରିଭିଲ୍ୟୁସନାରୀ ଗାର୍ଡର ଉପରେ ଅତର୍କିତ ଆକ୍ରମଣ କରିଛି ଆମେରିକା । ସୂଚନା ଅନୁସାରେ ୮୫ଠିକଣା ଉପରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରି କଡ଼ା । ଗଜବାବ ଦିଆଯାଇଛି । ବିବୃତି ଜାରି କରିଛନ୍ତି ଆମେରିକା ରାଷ୍ଟ୍ରପତି । ଆମେରିକା କୌଣସି ପ୍ରକାର ସଂଘର୍ଷ ଚାହେଁନି । କିନ୍ତୁ ଦେଶ ଉପରେ ଯିଏ କ୍ରୁର ଦୃଷ୍ଟି ପକାଏ ତାକୁ କଡ଼ା ଜବାବ ଦେଇ ଜାଣେ । ଗତ ସପ୍ତାହରେ ଇରାନ ସମର୍ଥିତ ଇସଲାମିକ ରିଭିଲ୍ୟୁସନାରୀି ଗାର୍ଡସ ଫୋର୍ସର ଡ୍ରୋନ ଆକ୍ରମଣରେ ୩ଜଣ ଆମେରିକା ସୈନିକଙ୍କ ମୃତ୍ୟୁ ହୋଇଥିଲା ।