ଆମେରିକା ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡଭାଇଜରି : କହିଲା, ଜାମ୍ମୁ-କାଶ୍ମୀର ଯାଅନି, ଏଲଓସିରୁ ୧୦କିମି ଦୂରରେ ରୁହ 

ଚୀନ ଉପରେ ପୁଣି ବର୍ଷିଲେ ଆମେରିକା ରାଷ୍ଟ୍ରପତି । କହିଲେ , ଗୋଟିଏ ରାଷ୍ଟ୍ରର ବିଫଳତା ଲାଗି ସାରା ବିଶ୍ୱ ନର୍କ ଯନ୍ତ୍ରଣା ଭୋଗୁଛି

source : The Indian Express

ଜାମ୍ମୁ-କାଶ୍ମୀରରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଆମେରିକା ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଏଥିରେ ଅପରାଧ ଓ ଆତଙ୍କବାଦୀ ଘଟଣାର ସମ୍ଭାବନାକୁ ଆଖି ଆଗରେ ରଖି ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।

publive-image

ଆମେରିକା ନିଜ ନାଗରିକମାନଙ୍କୁ ଜାମ୍ମୁ–କାଶ୍ମୀର ନଯିବାକୁ ପରାମର୍ଶ ଦେଇଛି । ଏହା ସହିତ ଭାରତ-ପାକ୍ ସୀମାରୁ ୧୦ କିମି ଦୂରରେ ରହିବାକୁ ମଧ୍ୟ କୁହାଯାଇଛି । ଏହା ସହିତ ଆକ୍ରମଣ ଓ ଦୁଷ୍କର୍ମ ଭଳି ଅପରାଧଗୁଡିକୁ ନେଇ ମଧ୍ୟ ସଚେତନ ରହିବାକୁ କୁହାଯାଇଛି । ଆମେରିକା ଆଡଭାଇଜରି ଜାରି କରି କହିଛି କି, ଆତଙ୍କବାଦ ଓ ନାଗରିକ ଅସ୍ଥିରତା କାରଣରୁ ପୂର୍ବ ଲାଦାଖକୁ ଛାଡି  ଓ  ଲେହକୁ ଛାଡି ଜାମ୍ମୁ-କାଶ୍ମୀର ଯିବାରୁ ବଂଚନ୍ତୁ । ଆଡଭାଇଜରିରେ କୁହାଯାଇଛି କି, ବର୍ଡରରେ ବହୁତ ଗୁଳିବର୍ଷାର ସମ୍ଭାବନା ରହିଛି ।

ଆମେରିକା ଏହି ଆଡଭାଇଜରି ଲେଭେଲ-୨ରେ ଜାରି କରିଛି । ଆମେରିକା ଅନ୍ୟ ଦେଶ ଯାଉଥିବା ନିଜ ନାଗରିକଙ୍କୁ ୪ଟି ସ୍ତରରେ ଆଡଭାଇଜରି ଜାରି କରେ । ଲେଭେଲ-୨ରେ ଅତିରିକ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଏ, ଯେବେକି, ଲେଭେଲ ୧ରେ ସାମାନ୍ୟ ଚେତାବନୀ ଦିଆଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe