ଜାମ୍ମୁ-କାଶ୍ମୀରରେ ଉତ୍ତେଜନାମୂଳକ ପରିସ୍ଥିତିକୁ ଦେଖି ଆମେରିକା ନିଜ ନାଗରିକଙ୍କ ପାଇଁ ଆଡଭାଇଜରି ଜାରି କରିଛି । ଏଥିରେ ଅପରାଧ ଓ ଆତଙ୍କବାଦୀ ଘଟଣାର ସମ୍ଭାବନାକୁ ଆଖି ଆଗରେ ରଖି ଅଧିକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି ।
ଆମେରିକା ନିଜ ନାଗରିକମାନଙ୍କୁ ଜାମ୍ମୁ–କାଶ୍ମୀର ନଯିବାକୁ ପରାମର୍ଶ ଦେଇଛି । ଏହା ସହିତ ଭାରତ-ପାକ୍ ସୀମାରୁ ୧୦ କିମି ଦୂରରେ ରହିବାକୁ ମଧ୍ୟ କୁହାଯାଇଛି । ଏହା ସହିତ ଆକ୍ରମଣ ଓ ଦୁଷ୍କର୍ମ ଭଳି ଅପରାଧଗୁଡିକୁ ନେଇ ମଧ୍ୟ ସଚେତନ ରହିବାକୁ କୁହାଯାଇଛି । ଆମେରିକା ଆଡଭାଇଜରି ଜାରି କରି କହିଛି କି, ଆତଙ୍କବାଦ ଓ ନାଗରିକ ଅସ୍ଥିରତା କାରଣରୁ ପୂର୍ବ ଲାଦାଖକୁ ଛାଡି ଓ ଲେହକୁ ଛାଡି ଜାମ୍ମୁ-କାଶ୍ମୀର ଯିବାରୁ ବଂଚନ୍ତୁ । ଆଡଭାଇଜରିରେ କୁହାଯାଇଛି କି, ବର୍ଡରରେ ବହୁତ ଗୁଳିବର୍ଷାର ସମ୍ଭାବନା ରହିଛି ।
ଆମେରିକା ଏହି ଆଡଭାଇଜରି ଲେଭେଲ-୨ରେ ଜାରି କରିଛି । ଆମେରିକା ଅନ୍ୟ ଦେଶ ଯାଉଥିବା ନିଜ ନାଗରିକଙ୍କୁ ୪ଟି ସ୍ତରରେ ଆଡଭାଇଜରି ଜାରି କରେ । ଲେଭେଲ-୨ରେ ଅତିରିକ୍ତ ସାବଧାନତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଏ, ଯେବେକି, ଲେଭେଲ ୧ରେ ସାମାନ୍ୟ ଚେତାବନୀ ଦିଆଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/donald-trump-759.jpg)
/kanak/media/post_attachments/wp-content/uploads/2019/03/pti3-5-2019-000044b-1552113319-300x225.jpg)