ଆମେରିକାରେ ଉତ୍କଟ ହେଲା ବର୍ଣ୍ଣ ବୈଷମ ଆକ୍ରୋଶ ! ଭାରତୀୟ ଇଂଜିନିୟରଙ୍କୁ ହତ୍ୟା, ୨ ଆହତ

39

କନକ ବ୍ୟୁରୋ : ଆମେରିକାରରେ ଭାରତୀୟ ଇଞ୍ଜିନିୟରଙ୍କୁ ଗୁଳି କରି ହତ୍ୟା । କାନସାସ ସହରରେ ୨ଜଣ ଭାରତୀୟଙ୍କ ସମେତ ୩ଜଣଙ୍କୁ ଆକ୍ରମଣ କରିଛନ୍ତି ଜଣେ ବ୍ୟକ୍ତି । ଗୁଳିମାଡରେ ୩୨ବର୍ଷୀୟ ଶ୍ରୀନିବାସଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ରୀନିବାସଙ୍କ ସହକର୍ମୀ ୩୨ବର୍ଷୀୟ ଆଲୋକ ମଦାସନି ଏହି ଆକ୍ରମଣରେ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଅନ୍ୟ ଜଣେ ଗୁରୁତର ଆହତ ୨୪ବର୍ଷୀୟ ଇଆନ ଗ୍ରୀଲଟ ବୋଲି ଚିହ୍ନଟ କରାଯାଇଛି । ପୁଲିସ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ଆକ୍ରମଣର ପାଂଚ ଘଂଟା ପରେ ୫୨ବର୍ଷୀୟ ଆଡାମ ପୁରିନଟନଙ୍କୁ ଗିରଫ କରିଛି ପୁଲିସ ।

ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଏହା ଏକ ବର୍ଣ୍ଣ ବୈଶମ୍ୟ ଜନିତ ଆକ୍ରମଣ ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଏପରିକି ଆକ୍ରମଣ କରିବା ପୂର୍ବରୁ ଅଭିଯୁକ୍ତ ଜଣକ ମୋ ଦେଶରୁ ବାହାରି ଯାଅ ବୋଲି ଚିକ୍ରାର କରିବା ପରେ ଆକ୍ରମଣ କରିଥିଲେ । ଅଭିଯୁକ୍ତ ଜଣକ ପୂର୍ବତନ ନୌସେନା କର୍ମଚାରୀ ବୋଲି ସୂଚନା ମିଳିଛି । ଏହି ଘଟଣାରେ ଭାରତୀୟ ଦୂତାବାସ ତତ୍ପରତା ପ୍ରକାଶ କରିଛି । ଶ୍ରୀନିବାସଙ୍କ ପରିବାର ନିକଟରେ ପହଂଚିଛନ୍ତି ଭାରତୀୟ ଦୂତାବାସର ୨ଜଣ ଅଧିକାରୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ-