କନକ ବ୍ୟୁରୋ: ସିରିଆ ଉପରେ ମିଜାଇଲ ଆକ୍ରମଣ । ରାଜଧାନୀ ଡାମାସକ ଉପରେ ଆମେରିକା, ଫ୍ରାନ୍ସ ଓ ବ୍ରିଟେନର ମିଳିତ ସେନା ଆକ୍ରମଣ କରିଥିବା ସ୍ପଷ୍ଟ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସିରିଆ ରାଷ୍ଟ୍ରପତି ବସର ଅଲ ଅସଦଙ୍କ ଅନ୍ତର୍ଘାତୀ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ଏଭଳି କଡା ପଦକ୍ଷେପ ନେଇଛି ମିଳିତ ସେନା । ଏପରିକି ସିରିଆ ସରକାରଙ୍କ ରାସାୟନିକ ଅସ୍ତ୍ର ପ୍ରୟୋଗ ବିରୋଧରେ କଠୋର ହେବାକୁ ନିଷ୍ପତି ନେଇଛନ୍ତି ତିନି ମିଳିତ ଶକ୍ତି । ସିରିଆରେ ରାସାୟନିକ ଅସ୍ତ୍ର ପ୍ରୟୋଗ ଫଳରେ ୬୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସାମରିକ ଆକ୍ରମଣକୁ ଜୋରଦାର କରିଛନ୍ତି ଆମେରିକା, ଫ୍ରାନ୍ସ ଓ ବ୍ରିଟେନ୍ ।
ଟ୍ରମ୍ପ କହିଛନ୍ତି ଫ୍ରାନ୍ସ ଓ ଇଂଲଣ୍ଡ ସହିତ ମିଳିତ ଭାବେ ଆମେରିକା ସିରିଆ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଯେ ପର୍ଯ୍ୟନ୍ତ ସିରିଆ ରାସାୟନିକ ଅସ୍ତ୍ର ବ୍ୟବହାର , ଉତ୍ପାଦନ ଓ ପ୍ରସାର କାର୍ଯ୍ୟରୁ ବିରତ ନ ହୋଇଛି ସେ ପର୍ଯ୍ୟନ୍ତ ଏହି ଆକ୍ରମଣ ଜାରି ରହିବ। କିଛି ସମୟ ପୂର୍ବରୁ ଆମେରିକା ସେନାକୁ ସିରିଆର ଏକଛତ୍ରପତି ଶାସକ ବସର ଅଲ ଅସାଦଙ୍କ ରାସାୟନିକ ଅସ୍ତ୍ରଶସ୍ତ୍ର ଭଣ୍ଡାରକୁ ଟାର୍ଗେଟ କରି ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଟ୍ରମ୍ପ ହାଇଟ ହାଉସ୍ରୁ ଏକ ଟେଲିଭିଜନ ସାକ୍ଷାତକାରରେ ଘୋଷଣା କରିଛନ୍ତି। ରାସାୟନିକ ଅସ୍ତ୍ର ବ୍ୟବହାର ମନୁଷ୍ୟକୃତ କାର୍ୟ୍ୟ ନୁହେଁ, ବରଂ ଏହା ରାକ୍ଷାସର କାର୍ଯ୍ୟ ବୋଲି ଟ୍ରମ୍ପ କହିଛନ୍ତି। ମିଳିତ ଶକ୍ତିଙ୍କ ଆକ୍ରମଣ ପରିପ୍ରେକ୍ଷୀରେ ଟ୍ରମ୍ପ କହିଛନ୍ତି ଯେ ଏହି ଆକ୍ରମଣର ଉଦ୍ଦେଶ୍ୟ ହେଉଛି ରାସାୟନିକ ଅସ୍ତ୍ରର ଉତ୍ପାଦନ, ପ୍ରସାର ଓ ବ୍ୟବହାର ଉପରେ ଅଙ୍କୁଶ ଲଗାଇବା।ଏହି ଅବସରରେ ସିରିଆର ରାଟ୍ରେପତି ଆସାଦଙ୍କ ସରକାରଙ୍କୁ ସମର୍ଥନ କରୁଥିବା ରୁଷିଆ ଓ ଇରାନକୁ ମଧ୍ୟ ଟ୍ରମ୍ପ ସମାଲୋଚନା କରିଛନ୍ତି।
ସେହିପରି ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମଧ୍ୟ ବ୍ରିଟଶ ସନ୍ୟବାହିନୀକୁ ସିରିଆର ରାସ୍ତାୟନିକ ଅସ୍ତ୍ର ଭଣ୍ଡାର ଉପରେ ଆକ୍ରମଣ ପାଇଁ କ୍ଷମତା ଦିଆଯାଇଛି ବୋଲି ଘୋଷଣା କରିଛନ୍ତି। ଏହି ମିଲିଟିରା କାର୍ଯ୍ୟାନୁଷ୍ଟାନ ସିରିଆ ସରକାର ପରିବର୍ତ୍ତନ ପାଇଁ ଅଭିପ୍ରେତ ନୁହେଁ ବୋଲି ଥେରସା ସ୍ପଷ୍ଟ ଭାବେ କହିଛନ୍ତି। ସେହିପରି ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକ୍ରନ ମଧ୍ୟ ରାସାୟନିକ ଅସ୍ତ୍ର ନଷ୍ଟ କରିବା ଅଭିଯାନରେ ଆମେରିକା ଓ ଇଂଲଣ୍ଡ ସହିତ ଫ୍ରାନ୍ସ ହାତ ମିଳାଇଥିବା ଘୋଷଣା କରିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/04/Screen-shot-2018-04-14-at-9.01.42-AM.png)