ଏବେ ବୟସ୍କଙ୍କ ପାଇଁ କରୋନା ଟିକାର ବୁଷ୍ଟର ଡୋଜ, ଫାଇଜରକୁ ଆମେରିକାର ଅନୁମତି

56

କନକ ବ୍ୟୁରୋ : ଏବେ କରୋନା ସଂକ୍ରମଣରୁ ରକ୍ଷା ପାଇବାକୁ ଲୋକଙ୍କୁ କରୋନା ଟିକାର ତୃତୀୟ ବା ବୁଷ୍ଟର ଡୋଜ ନେବାକୁ ପଡିବ । ପ୍ରଥମଥର ପାଇଁ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ (ଏଫଡିଏ) କରୋନା ଟିକା ନିର୍ମାତା କମ୍ପାନୀ ଫାଇଜର ଟିକାର ବୁଷ୍ଟର ଡୋଜକୁ ଅନୁମତି ଦେଇଚି । ଏଫଡିଏର ଏକ ବିଶେଷଜ୍ଞ ପରାମର୍ଶଦାତା କମିଟି ଫାଇଜରର ବୁଷ୍ଟର ଡୋଜକୁ ଅନୁମତି ଦେଇଛି ।

ଏଫଡିଏ ଓ ଫାଇଜର ମୁଖ୍ୟତ ୧୬ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦେବାକୁ ଅନୁମତି ମାଗିଥିଲା । ହେଲେ ବିଶେଷଜ୍ଞ କମିଟି ଏହାକୁ ଖାରଜ କରିବା ସହ କହିଥିଲା କି ଏତେ ବଡସ୍ତରରେ ସେମାନଙ୍କ ପାଖରେ ଡାଟା ବହୁତ କମ ରହିଛି । ବିଶେଷ ଭାବେ ଏହା ଯୁବବର୍ଗଙ୍କ ପାଇଁ କ୍ଷତି ପହଂଚାଇବ ବୋଲି ପରାମର୍ଶଦାତା କମିଟି କହିଥିଲା ।

ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ ଏଫଡିଏର ପରାମର୍ଶଦାତା କମିଟି ଏନେଇ ବ୍ୟାପକ ଆଲୋଚନା ପରେ ୧୬ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକାର ବୁଷ୍ଟର ଡୋଜକୁ ଅନୁମତି ଦେବାକୁ ମନା କରିଥଲା । ମାତ୍ର ୬୫ ରୁ ଅଧିକ ବୟସ୍କ ଲୋକ ଓ ଦୂରାରୋଗରେ ପୀଡିତ ଲୋକଙ୍କୁ ଟିକାର ବୁଷ୍ଟର ଡୋଜ ଦେବାକୁ ଅନୁମତି ପ୍ରଦାନ କରିଛନ୍ତି ।

ଏହି ପରାମର୍ଶଦାତ କମିଟି ଜରୁରୀକାଳୀନ ଉପଯୋଗ ପ୍ରାଧିକରଣ ପକ୍ଷରେ ୧୮-୦ ମତଦାନ ହୋଇଥିଲା । ଏହି କ୍ରମରେ ୬୫ ବର୍ଷରୁ ଅଧିକ ଓ ଉଚ୍ଚ ଦୂରାରୋଗ୍ୟରେ ପୀଡିତ ଲୋକଙ୍କୁ ଏହି ଟିକାଦେବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ।