ଆମେରିକା ଦୂତାବାସର ରେକର୍ଡ । ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା

ଆମେରିକା ଦୂତାବାସର ରେକର୍ଡ ।  ବର୍ଷେ ଭିତରେ ୧୪୦,୦୦୦ ରୁ ଅଧିକ ଭାରତୀୟ ଛାତ୍ରଙ୍କୁ ଦେଲା ଭିସା

ଭାରତରେ ଥିବା ଆମେରିକାର ବାଣିଜ୍ୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଥିଲେ । ଯାହା ପୃଥିବୀର  ସବୁଠାରୁ ବଡ଼ ଭ୍ରମଣ ରେକର୍ଡ ଅଟେ । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ବର ସମସ୍ତ ଭିସା ଆବେଦନକାରୀଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଭାରତୀୟ ।

ଭାରତରେ ଥିବା ଆମେରିକାର ଦୂତାବାସ ଏବଂ ତାହାର ବାଣିଜ୍ୟ ଦୂତାବାସ ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩  ମଧ୍ୟରେ ୧୪୦,୦୦୦ ରୁ ଅଧିକ ଛାତ୍ର ଭିସା ଦେଇ ଏକ ସର୍ବକାଳୀନ ରେକର୍ଡ କରିଛି ।  ଆମେରିକାର ବୈଦେଶିକ ବିଭାଗ ମଙ୍ଗଳବାର ଦିନ ଘୋଷଣା କରିଛି ଯେ ଭାରତରେ ଥିବା ଆମର ଦୂତାବାସ ଏବଂ କନସୁଲେଟ୍ସ ୧  ଲକ୍ଷ ୪୦ ହଜାରରୁ ଅଧିକ ଛାତ୍ର ଭିସା ପ୍ରଦାନ କରି ଏକ ରେକର୍ଡ କରିଛନ୍ତି । ଆମେରିକାର ବୈଦେଶିକ ବିଭାଗ କହିଛି ଯେ ଅକ୍ଟୋବର ୨୦୨୨ ରୁ ସେପ୍ଟେମ୍ବର ୨୦୨୩ (୨୦୨୩ ଫେଡେରାଲ ଆର୍ଥିକ ବର୍ଷ) ରେ ସ୍ୱରାଷ୍ଟ୍ର ବିଭାଗ ବିଶ୍ୱରେ ୧୦ ମିଲିୟନରୁ ଅଧିକ ରେକର୍ଡ ସଂଖ୍ୟକ ଅଣ-ପ୍ରବାସୀ ଭିସା ଜାରିକରିଛି । ଆମେରିକାର ଦୂତାବାସ ଏବଂ କନସୁଲେଟଗୁଡିକ ପୂର୍ବ ଅପେକ୍ଷା ଅଧିକ ଅଣ-ପ୍ରବାସୀ ଭିସା ଅନୁମୋଦନ କରିବାକୁ ନିର୍ଣ୍ଣୟ ନେଇଛନ୍ତି ।

ଆଠ ମିଲିୟନ ଟୁରିଷ୍ଟ ଭିସା ଜାରି

ଏଥିସହ, ଆମେରିକାର ଦୂତାବାସ ବ୍ୟବସାୟ ତଥା ପର୍ଯ୍ୟଟନ ପାଇଁ ପ୍ରାୟ ଆଠ ନିୟୁତ ପରିଦର୍ଶକ ଭିସା ଜାରି କରିଛି, ଯାହା ୨୦୧୫ ପରଠାରୁ ଯେ କୌଣସି ଆର୍ଥିକ ବର୍ଷ ତୁଳନାରେ ଅଧିକ ଅଟେ ବୋଲି ବିବୃତ୍ତିରେ କୁହାଯାଇଛି । ଏଥିସହ ଆମେରିକାର ଦୂତାବାସ ଏବଂ କନସୁଲେଟ୍ ଛଅ ଲକ୍ଷରୁ ଅଧିକ ଛାତ୍ର ଭିସା ଜାରି କରିଛନ୍ତି ।  ଯାହା ଆର୍ଥିକ ବର୍ଷ ୨୦୧୭ ପରଠାରୁ ଯେ କୌଣସି ଆର୍ଥିକ ବର୍ଷ ପରଠାରୁ  ସର୍ବାଧିକ ଅଟେ ।

୧୦ ଲକ୍ଷ ଅଣ-ପ୍ରବାସୀ ଭିସା

ଗତ ମାସରେ, ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ ନିୟୁତ ଅଣ-ପ୍ରବାସୀ ଭିସା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟରେ ପହଞ୍ଚିଥିଲା ।

୧.୨ ମିଲିୟନ ଭାରତୀୟ ଆମେରିକା ପରିଦର୍ଶନ କରିଥିଲେ

ଆମେରିକାର ବାଣିଜ୍ୟ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଗତ ବର୍ଷ ୧.୨ ମିଲିୟନରୁ ଅଧିକ ଭାରତୀୟ ଆମେରିକା ଗସ୍ତ କରିଥିଲେ । ଯାହା ପୃଥିବୀର  ସବୁଠାରୁ ବଡ଼ ଭ୍ରମଣ ରେକର୍ଡ ଅଟେ । ବିବୃତ୍ତିରେ କୁହାଯାଇଛି ଯେ ବର୍ତ୍ତମାନ ବିଶ୍ବର ସମସ୍ତ ଭିସା ଆବେଦନକାରୀଙ୍କ ମଧ୍ୟରୁ ୧୦ ପ୍ରତିଶତରୁ ଅଧିକ ଭାରତୀୟ । ଯେଉଁଥିରେ ଛାତ୍ର ଭିସା ଆବେଦନକାରୀଙ୍କ ୨୦ ପ୍ରତିଶତ ଏବଂ ସମସ୍ତ H & L- ବର୍ଗ (ନିଯୁକ୍ତି) ଭିସା ଆବେଦନକାରୀଙ୍କ ସଂଖ୍ୟା ୬୫  ପ୍ରତିଶତ ଅନ୍ତର୍ଭୁକ୍ତ ।  ଆମେରିକା ଏହି ବୃଦ୍ଧିକୁ ସ୍ୱାଗତ କରୁଛି  ବୋଲି ମଧ୍ୟ କହିଛନ୍ତି ।

ଏହି ମଧ୍ୟରେ ଚଳିତ ମାସ ଆରମ୍ଭରେ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟୀ ରାଜଧାନୀରେ ଆମେରିକାର ମିଶନ ପରିଦର୍ଶନ କରି ଭାରତୀୟଙ୍କ ମଧ୍ୟରେ ଆମେରିକାର ଟୁରିଷ୍ଟ ଭିସା ଉପରେ ହେଉଥିବା ଅଭୂତପୂର୍ବ  ଚାହିଦା ଉପରେ ନିରୀକ୍ଷଣ କରିଥିଲେ ।  ଆମେରିକାର ଦୂତାବାସ କହିଛି ଯେ 'ସୁପର ସଟର ଡେ'ରେ ଅତିରିକ୍ତ ଭିସା ଆବେଦନକାରୀଙ୍କୁ ସାହାଯ୍ୟ କରିବା ପାଇଁ  ଗାର୍ସେଟ୍ଟି ବିଶେଷ ଅତିଥି ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe