କନକ ବ୍ୟୁରୋ : ଆମେରିକା ରାଜନୀତିରୁ ଆସିଛି ବଡ ଖବର । ରାଷ୍ଟ୍ରପତି ନିର୍ବାଚନ ଲଢ଼ିବେନି ଜୋ ବାଇଡେନ । ନିର୍ବାଚନ ରେସରୁ ଓହରିପାରନ୍ତି ବାଇଡେନ । ଆମେରିକା ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଇଡେନଙ୍କ ବଦଳରେ ଏଥରକ ଡେମୋକ୍ରାଟିକ ପାର୍ଟି ପକ୍ଷରୁ କମଲା ହ୍ୟାରିସ ନିର୍ବାଚନ ଲଢ଼ିପାରନ୍ତି । କିଛି ଦିନ ହେବ ବାଇଡେନଙ୍କ ସ୍ବାସ୍ଥ୍ୟବସ୍ଥା ଠିକନଥିବା କୁହାଯାଉଛି । ଏପରିକି ତାଙ୍କ ସ୍ମରଣ ଶକ୍ତି ହ୍ରାସ ପାଉଛି ଓ ଡିବେଟ ସମୟର କିଛି କଥା ବେଶ ଚର୍ଚ୍ଚା ସାଉଁଟୁଛି । ଏହା ଭିତରେ ବାଇଡେନଙ୍କୁ ପ୍ରାର୍ଥୀ ନକରିବାକୁ ଦଳ ମଧ୍ୟରେ କିଛି ଦିନ ଦାବି ଉଠିଛି । ସେପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଆକ୍ରମଣ ତାଙ୍କୁ ଏଥରକ ନିର୍ବାଚନରେ ଫାଇଦ ଦେଇପାରେ । ରିପବ୍ଲିକାନ ପାର୍ଟି ପକ୍ଷରୁ ଲଢ଼ିବେ ଡୋନାଲ୍ଡ ଟ୍ରମ୍ପ ।