ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ଜନତା ?

ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ଟ୍ରମ୍ପ ଓ ବାଇଡେନଙ୍କ ଭିତରୁ କାହାକୁ ବାଛିବେ ଆମେରିକା ଜନତା ?

କନକ ବ୍ୟୁରୋ: ରାତି ପାହିଲେ ରାଷ୍ଟ୍ରପତି ପଦ ପାଇଁ ଭୋଟ ଦେବ ଆମେରିକା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ବିରୋଧରେ ଥିବା ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ ମଧ୍ୟରୁ ଜଣେ ବନିବ ଆମେରିକାରର ୪୬ତମ ରାଷ୍ଟ୍ରପତି । ତେବେ ଭାରତ ସହ ଆମେରିକାର ପଲିସି ଠାରୁ ଆରମ୍ଭ କରି କୋଭିଡ ପରିଚାଳନା ପ୍ରସଙ୍ଗ ସବୁଥିରେ ଉଭୟଙ୍କ ଭିନ୍ନ ଭିନ୍ନ ମତ ରହିଛି ।

ଏବେ ନଜର ପକାନ୍ତୁ ଭାରତକୁ ନେଇ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ କଣ ରହିଛି ଆଭିମୁଖ୍ୟ :

() ଡୋନାଲ୍ଡ ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଭଲ ବନ୍ଧୁତା କିନ୍ତୁ ଭାରତ-ଆମେରିକା ବେପାର ପ୍ରସଙ୍ଗରେ ଭାରତକୁ ସମାଲୋଚନା କରିଛନ୍ତି ।
() ଟ୍ରମ୍ପଙ୍କ ଏଚ୍-୧ ଭିଜା ଉପରେ କଟକଣା ଆମେରିକାରେ ରହୁଥିବା ଭାରତୀୟଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି
() ଟ୍ରମ୍ପ ବାରମ୍ବାର କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ପାଇଁ ପ୍ରସ୍ତାବ ଦେଇ ବିବାଦ ସୃଷ୍ଟି କରିଛନ୍ତି
() ଚୀନ୍ ସହିତ ଚାଲିଥିବା ବିବାଦରେ ଭାରତକୁ ଦୃଢ ସମର୍ଥନ ଦେଇଛନ୍ତି ଟ୍ରମ୍ପ ।

ସେପଟେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନଙ୍କ କଣ ରହିଛି ଭାରତ ପ୍ରତି ଆଭିମୁଖ୍ୟ ନଜର ପକାନ୍ତୁ ।

() ଭାରତ ସହିତ ଦୃଢ ଭାବେ ଛିଡା ହେବାକୁ ପ୍ରତିଶୃତି, ଚୀନ ବିରୋଧରେ ଅଧିକ କଠୋର କାର୍ଯ୍ୟାନୁଷ୍ଠାନ ନୋବକୁ ମଧ୍ୟ ପ୍ରତିଶ୍ରୁତି
() କ୍ଷମତାକୁ ଆସିଲେ ଏଚ୍-୧ ଭିଜା କଟକଣା ହେବ କୋହଳ
() ଭାରତ ଆମେରିକା ବାଣିଜ୍ୟିକ ସମ୍ପର୍କ ଦୃଢ ଉପରେ ଜୋର
() ଆତଙ୍କବାଦୀ ପରି ପ୍ରସଙ୍ଗରେ ଭାରତ ସହ ମିଶି କାର୍ଯ୍ୟ କରିବାକୁ ସୂଚନା

ଆମେରିକା ରାଷ୍ଟ୍ରପତି ନିର୍ବାଚନର ମୁଖ୍ୟ ପ୍ରସଙ୍ଗ ସାଜିଛି କୋଭିଡ ମହାମାରୀ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ ଉଭୟ ଏହାକୁ ମୁଖ୍ୟ ଅସ୍ତ୍ର କରିଛନ୍ତି । ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ଆଉ କେଇ ଘଂଟା ବାକି ଥିବା ବେଳେ ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ କହିଛନ୍ତି ସେ କ୍ଷମତାକୁ ଆସିବାର ପ୍ରଥମ ଦିନ ମହାମାରୀ ବିରୋଧରେ ଲଢେଇ ପାଇଁ କୋଭିଡ ଆକ୍ସନ ପ୍ଲାନ ଘୋଷଣା କରିବେ । ସେପଟେ ଚୀନ୍, ଆମେରିକା ସହ ଯାହା କରିଛି ତାହା କେବେ ହେଲେ ଭୁଲିବୁ ନାହିଁ ବୋଲି କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ । ମହାମାରୀକୁ ରୋକିବା ଦିଗରେ ଚୀନ ବିଫଳ ହେବା ଯୋଗୁଁ ଆମେରିକାର ଅର୍ଥ ବ୍ୟବସ୍ଥାକୁ ଏହା ପ୍ରଭାବିତ କରିଥିବା କହିଛନ୍ତି ଡୋନାଲ୍ଡ ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe